ଚନ୍ଦ୍ରଭାଗାରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର

ଚନ୍ଦ୍ରଭାଗାରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର

କୋଣାର୍କ:- କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୱାର୍ଡ ନଂ- ୮ ଚନ୍ଦ୍ରଭାଗା ଠାରେ ମତ୍ସ୍ୟଜିବୀଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ଏକ ଫିସ ଲ୍ୟାଣ୍ଡିଙ୍ଗ ସେଣ୍ଟର ବା ମତ୍ସ୍ୟ ଅବତରଣ କେନ୍ଦ୍ର ସ୍ଥାପନା ପାଇଁ ଶନିବାର ଦିନ ଜମି ଚିହ୍ନଟ କରାଯାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ଜଣାପଡେକି ଚନ୍ଦ୍ରଭାଗାରେ ଥିବା ମତ୍ସ୍ୟଜିବୀ ମାନେ ସେମାନଙ୍କ ଦ୍ୱାରା ଧରା ଯାଉଥିବା ମାଛକୁ ସଠିକ୍ ଉପାୟରେ କ୍ରୟ, ବିକ୍ରିୟ ଓ ସଂରକ୍ଷଣ ପାଇଁ ଏହି କେନ୍ଦ୍ରର ସ୍ଥାପନା ଆବଶ୍ୟକତା ରହିଥିବା ବେଳେ ବ୍ୟବସାୟର ଆଧୁନିକ କରଣ ସହ ସ୍ଵଛତା ଉପରେ ଅଗ୍ରାଧିକାର ଦେବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଥିବା ଜଣାପଡ଼ିଛି। ବିଶେଷ କରି ସ୍ଥାନାନ୍ତରିତ ହେବାକୁ ଥିବା ମାଛ ଗୋଦାମ ଗୁଡିକର ପୁନଃ ବ୍ୟବସ୍ଥା, ମତ୍ସ୍ୟଜିବୀଙ୍କ ଜୀବନ ଜୀବିକାର ସୁରକ୍ଷା, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ କରିବ ବୋଲି ଉପସ୍ଥିତ ବିଭାଗୀୟ ଅଧିକାରୀ ମାନେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ସ୍ଥାପନା ହେଲେ ଚନ୍ଦ୍ରଭାଗାର ମତ୍ସ୍ୟଜିବୀ ମାନେ ମାଛ ଅବତରଣ, ସଂରକ୍ଷଣ ଓ ବିପଣନ ସହିତ ଆବଶ୍ୟକୀୟ ସୁବିଧା ସୁଯୋଗ ପାଇ ପାରିବା ସହ ମତ୍ସ୍ୟଜିବୀଙ୍କ ହିତସୁରକ୍ଷା ଓ ସ୍ଥାନୀୟ ଅଞ୍ଚଳର ବିକାଶରେ ଏକ ଅଂଶ ହୋଇପାରିବ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।ଏହି ପ୍ରକଳ୍ପ ସ୍ଥାପନା ପାଇଁ ପ୍ରାୟ ୩ଏକର ଜମି ଚିହ୍ନଟ କରାଯାଇ ଥିବା ବେଳେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି। ଶନିବାର ମଧ୍ୟାହ୍ନରେ ମତ୍ସ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ସମେତ ଇଡକୋର କନିଷ୍ଟ ଯନ୍ତ୍ରୀ, ରାଜସ୍ଵ ସୁପରଭାଇଯର, ରାଜସ୍ଵ ନିରୀକ୍ଷକ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *