କାଳବୈଶାଖୀ ତାଣ୍ଡବରେ କୋଲନରା ଓ ରାୟଗଡା ବ୍ଳକର ଅନେକ ଅଞ୍ଚଳ ଅନ୍ଧାରରେ

ରାୟଗଡ଼ା,୨୯/୦୫/୨୩- କାଳବୈଶାଖୀ ତାଣ୍ଡବରେ କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଓ ଏହାର ଆଖ ପାଖ ଅଂଚଳରେ ବଡ ବଡ ଗଛ ଭାଙ୍ଗିବା ସହ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଛି । ଯାହା ଦ୍ୱାରା ଥେରୁବାଲି ଓ ଏହାର ଆଖ ପାଖ ଅଞ୍ଚଳରେ ବିଜୁଳି ଯୋଗାଣ କ୍ଷତି ଗ୍ରସ୍ତ ହୋଇଛି । ସେହିପରି ଏହାର ପ୍ରଭାବରେ ରାୟଗଡା ବ୍ଲକ ଅନ୍ତର୍ଗତ ଅମଳାଭଟ୍ଟା ଛକ ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ ଯୋଗାଇବା ସମ୍ବଭ ହେଉନାହିଁ । ଫଳରେ ସେ ଅଞ୍ଚଳ ଅନ୍ଧାରରେ ଅଛି । ମାତ୍ର ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ନିଜ ଜୀବନକୁ ପାଣି ଛଡ଼ାଇ ଅନ୍ଧାର ମଧ୍ୟରେବିଭିନ୍ନ ଗ୍ରାମକୁ ବିଦ୍ୟୁତ ଯୋଗାଇବା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ।

ରିପୋର୍ଟ- ନୀଳାମ୍ବର ମିଶ୍ର, ରାୟଗଡା ।

Leave a Reply

Your email address will not be published. Required fields are marked *