ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଏକ ଦକ୍ଷତା ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇଯାଇଛି

ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଏକ ଦକ୍ଷତା ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ନିୟୋଜନ ଅଧିକାରୀ,ଶ୍ରୀଯୁକ୍ତ ସୁବାସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଦକ୍ଷତା ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭା କୁ ଲୋକଲୋଚନକୁ ଆଣିବା ଥିଲା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ। ୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି,୩୦ ରୁ ଉର୍ଦ୍ଧ୍ବ ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ।ବିଭିନ୍ନ ଅଦରକାରୀ ପଦାର୍ଥ କୁ ନେଇ ଏକ ବ୍ୟବହାର ଉପଯୋଗୀ ବସ୍ତୁ କରିବା ଏବଂ 3R (Reduce, Reuse &Recycle) କୁ ପ୍ରୋତ୍ସାହନ ଦେବା,ଏହି ମେଳା ର ମୂଳମନ୍ତ୍ର ଥିଲା। ବର୍ତ୍ତମାନର ସମାଜକୁ ଆଖିଆଗରେ ରଖି ଛାତ୍ରଛାତ୍ରୀ ମାନେ ବିଭିନ୍ନ ଦକ୍ଷତା କୁ ଆପଣେଇ ନେବା ଏବଂ ନିଜକୁ ସ୍ୱାବଲମ୍ବୀ କରି ଗଢିତୋଳିବା ପାଇଁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ ଶ୍ରୀଯୁକ୍ତ ଅରବିନ୍ଦ ଘୋଷ ନିଜର ବହୁମୂଲ୍ୟ ବକ୍ତବ୍ୟ ରେ ଅନୁପ୍ରାଣିତ କରିଥିଲେ।ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଙ୍କ ମିଳିତ ସହଯୋଗରେ, କାର୍ଯ୍ୟକ୍ରମ ର ସଫଳ ସମ୍ପାଦନା ହୋଇଥିଲା।

Leave a Reply

Your email address will not be published. Required fields are marked *