ଗୋପରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ
ପୁରୀ ଜିଲ୍ଲା ଗୋପ ବଜାରରେ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା କ୍ରମଶଃ ବିପର୍ଯ୍ୟସ୍ତ ଓ ଉଗ୍ରରୂପ ଧାରଣ ସତ୍ତ୍ୱେ କୌଣସି ପ୍ରତିକାର ନାହିଁ l ମୁଖ୍ୟତଃ ରାସ୍ତାର ଉଭୟ ପାର୍ଶ୍ଵରେ ଛୋଟ ବଡ଼ ଗାଡି ମଟର ଅବରୋଧ କରି ରହିବା l ସ୍ଥାୟୀ ମାର୍କେଟ କମ୍ପ୍ଲେକ୍ସ ନଥିବା ଫଳରେ ଉଠା ଦୋକାନୀମାନେ ରାସ୍ତାର ଉଭୟ ପାର୍ଶ୍ଵରେ ନିଜର ପରିବାର ଭରଣ ପୋଷଣ ପାଇଁ ସଙ୍ଘର୍ଷ କରୁଛନ୍ତି l ଅନାବଶ୍ୟକ ସ୍ଥଳେ ଗୋପରେ ଥିବା ମାର୍କେଟ ଟିକୁ କିଛି ବ୍ୟକ୍ତି ବିଶେଷଙ୍କ ପରାମର୍ଶ କ୍ରମେ ଭାଙ୍ଗି ଚୁରମାର କରିଦିଆଗଲା l ବର୍ତ୍ତମାନ ଉକ୍ତ ସ୍ଥାନଟି ର ଭଗ୍ନ ବିଶେଷ ପଡ଼ିରହିଛି ଯାହା ଛାଡ଼ିଯାଇଛି କଳାପାହାଡ଼ ଅଂଶବିଶେଷ l ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା , ରଜ ଉତ୍ସବ ଯେହେତୁ ଅଛି ଆଜିଠୁ ଯଦି କୌଣସି ବିହିତ ପଦକ୍ଷେପ ବିଭାଗୀୟ ଅଧିକାରୀ ଲୋକ ପ୍ରତିନିଧିଙ୍କ ଦ୍ଵାରା ଗ୍ରହଣ କାରନଯାଏ ତେବେ ପରିସ୍ଥିତି ଅଣାୟତ ହେଵ ବୋଲି ଅନୁମାନ କରାଯାଉଛି l
