ସଡ଼କଦୁର୍ଘଟଣାରେ ଯୁବକ ମୃତ

କାମାକ୍ଷାନଗର ସଡ଼କ ଦୁର୍ଘଟଣା ରେ ଯୁବକ ଙ୍କ ମୃତ୍ୟୁ l ମୃତ ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା ବଡ଼ବନ୍ଧ ସାହି ର ସ୍ମୃତିରଞ୍ଜନ ବଳ (୨୮ବର୍ଷ)l ସୂଚନା ଅନୁସାରେ ସ୍ମୃତି ପରଜଙ୍ଗ ବଜାର ରେ ଏକ ସିମେଣ୍ଟ ଓ ରଡ଼ ଦୋକାନ କରିଥିଲେ l ସବୁଦିନ ପରି ଆଜି ଦୋକାନ ବନ୍ଦ କରି କାମାକ୍ଷାନଗର ଫେରୁଥିବା ବେଳେ 53ନମ୍ବର ଜାତୀୟ ରାଜପଥ ର ବଡ଼ଝରା ନିକଟରେ ରାସ୍ତାରେ ଥିବା ଡିଭାଇଡର ଉପରେ ପିଟି ହୋଇଯାଇଥିଲେ l ସ୍ଥାନୀୟ ଲୋକ ଙ୍କ ଠାରୁ ସୂଚନା ପାଇଁ ସ୍ମୃତିଙ୍କୁ 108ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଚିକିତ୍ସାଳୟ ରେ ଭର୍ତି କରିଥିଲେ l କିନ୍ତୁ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l

reporter -ପ୍ରକାଶ କୁମାର ପାତ୍ର

Leave a Reply

Your email address will not be published. Required fields are marked *