ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବନ ମହୋତ୍ସବ ପାଳିତ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବନ ମହୋତ୍ସବ ପାଳିତ ଜଟଣୀ ତା ୧୩-୦୭-୨୩ ଜଟଣୀ ପୌର ପରିଷଦସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିଦ୍ୟାଳୟର ସ୍କାଉଟ ଓ ଗାଇଡର ଶିଶୁ ଭାଇ ଭଉଣୀ ମାନଙ୍କୁ ନେ ବନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବିଭିନ୍ନ ସ୍ଳୋଗାନ ଦେଇ ସହର ପରିକ୍ରମା କରିବା ସହ ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ଜନସଚେତନତା ସୃଷ୍ଟି କରିଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମାନସ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତିର ସଭାପତି ଶ୍ରୀ ପ୍ରସନ୍ନ କୁମାର ରଥ ଯୋଗ ଦେଇଥିଲେ।ସେ ତାଙ୍କ ବକ୍ତବ୍ୟରେ କହିଥିଲେକି ପରିବେଶ ସୁରକ୍ଷା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ଏଥି ପାଇଁ ବ୍ୟାପକ ଭାବରେ ଗଛ ଲଗାଯିବା ଦରକାର। ଏହି ଅବସରରେ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଶତାଧିକ ଫଳ ଓ ଔଷଧୀୟ ଗଛ ଲଗାଇ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ର ଛାତ୍ରୀ , ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଓ ଗୁରୂମା, ଗୁରୁଜୀ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
