ଶିକ୍ଷୟତ୍ରୀବଦଳ ନେଇ ହାଇଭୋଲ୍ଟେଜେ ଡ୍ରାମା

ଶିକ୍ଷୟତ୍ରୀବଦଳ ନେଇ ହାଇଭୋଲ୍ଟେଜେ ଡ୍ରାମା।ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ଡେପୁଟେସନରେ ବଦଳି ନେଇ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ।ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ କଲେଇ ଗ୍ରାମପଞ୍ଚାୟତର କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀକୁ ବିଭାଗୀୟ କର୍ତ୍ତୃପକ୍ଷ ଅନ୍ୟତ୍ର ଡେପୁଟେସନରେ ପଠାଯିବା ବିରୁଦ୍ଧରେ ସ୍ଥାନୀୟ ଶତାଧିକ ଗ୍ରାମବାସୀ ଓ ଅଭିଭାବକ ଉକ୍ତ ବିଦ୍ୟାଳୟରେ ଚାବି ପକାଇ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ସହ ଆନ୍ଦୋଳନକାରୀଙ୍କ ଫୋନ୍ ଯୋଗେ ବିଚାର ଆଲୋଚନା ପରେ ସେ ନିର୍ଭର ପ୍ରତିଶ୍ରୁତି ଦେବାରୁ ତାଲାପକା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ସ୍ଥାନୀୟ ଗ୍ରାମବାସୀ ତଥା ଅଭିଭାବକମାନଙ୍କ ମଧ୍ୟରେ ପ୍ରକାଶ ରାଉତ, ଅମର କୁମାର ରାଏ, ପ୍ରତାପ ଦାସ, ରାଜେଶ ବେହେରା, ବିନୋଦ ଜେନା, ସମୀର କୁମାର ମଲ୍ଲିକ ପ୍ରମୁଖ ଗଣମାଧ୍ୟମ ନିକଟରେ କରିଥିବା ଅଭିଯୋଗ ମୂଳେ ଉକ୍ତ ବିଦ୍ୟାଳୟଟି ପଂଚାୟତବାସୀଙ୍କ ପ୍ରଚେଷ୍ଟାରେ ୧୯୬୬ ମସିହାରୁ ପ୍ରତିଷ୍ଠିତ ହୋଇ ୧୯୯୪ ମସିହାରେ ପୂର୍ଣ୍ଣ ସରକାରୀ ବିଦ୍ୟାଳୟର ମାନ୍ୟତା ପାଇଛି । ରାଜ୍ୟ ସରକାରଙ୍କ ରୂପାନ୍ତକରଣ (୫-ଟି) କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇ ୨୦୨୨ ମସିହାରୁ ଏକ ରୂପାନ୍ତରିତ ବିଦ୍ୟାଳୟ(ଏଚ୍‌ଏସ୍‌ଟି) ରୂପେ ପରିଚାଳିତ ହେଉଅଛି । ସମଗ୍ର କଲେଇ ପଂଚାୟତ ଓ ଏହାର ନିକଟବର୍ତ୍ତୀ ଅଂଚଳର ପ୍ରାୟ ୪ ଶହ ଛାତ୍ରଛାତ୍ରୀ ଏବେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଠାରୁ ଅଦ୍ୟାବଧି ଅଭିଜ୍ଞ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ହୋଇ ବିଦ୍ୟାଳୟର ସୁନାମ ବହୁଗୁଣିତ କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଉକ୍ତ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ ସ୍ମିତାରାଣୀ ବେହେରାଙ୍କୁ ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଏନ୍‌ସି ହାଇସ୍କୁଲ ଭଳି ଏକ ଶିକ୍ଷାନୁଷ୍ଠାନକୁ ଡେପୁଟେସନରେ ପଠାଯାଇଛି । ଏଠାରେ ସୂଚନାଯୋଗ୍ୟ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ୨୦୧୯ ଡିସେମ୍ବର ୨୧ ତାରିଖରୁ ଏହି ବିଦ୍ୟାଳୟରେ ଅବସ୍ଥାପିତ ହୋଇ ନିଜସ୍ୱ ଶିକ୍ଷାଦାନ ପ୍ରଣାଳୀରେ ଛାତ୍ରଛାତ୍ରୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ବିିଜ୍ଞାନ ଭିତ୍ତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଦ୍ୟାଳୟର ଖ୍ୟାତି ବୃଦ୍ଧି କରିଛନ୍ତି । କିନ୍ତୁ ଶିକ୍ଷାବର୍ଷ ପ୍ରାରମ୍ଭରେ ଗଣିତ ଓ ବିଜ୍ଞାନ ଭଳି କଠିନ ବିଷୟରେ ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀଙ୍କୁ ବିନା କାରଣରେ ଅନ୍ୟ ଏକ ବିଦ୍ୟାଳୟକୁ ପଠାଯିବା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରୁଛି । ଯାହାର କୁପ୍ରଭାବ ଆଗାମୀ ପରୀକ୍ଷାଫଳ ଉପରେ ପଡିବାର ସମ୍ଭାବନା ରହିଛି । ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସୂଚାରୁ ରୂପେ ଶିକ୍ଷାଦାନ କରୁଥିବା ଏହି ଅଭିଜ୍ଞ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ପଠାନଯିବାକୁ ଅଭିଭାବକ ଗ୍ରାମବାସୀମାନେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ସମେତ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିବା ବିଷୟ ଜଣାପଡିଛି । ତେବେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଭୀମଚରଣ ପରିଡା ବ୍ଲକ୍ ଶିକ୍ଷାଧିକାରୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ଉପସ୍ଥିତ ଅଭିଭାବକଙ୍କ ସହ କଥା କରାଇବା ପରେ ଏହି ଚାବିପକା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବାର ଜଣାପଡିଛି।

Report:= punil kumar samanta,

Leave a Reply

Your email address will not be published. Required fields are marked *