ଦର ବୃଦ୍ଧି ନିୟନ୍ତ୍ରଣ କର ଦାବୀରେ ମହିଳା ସମିତି ଓ ସିପିଏମର ମିଳିତ ବିକ୍ଷୋଭ

ବ୍ରହ୍ମପୁର – ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ବିରୋଧରେ ଆଜି ସିପିଏମ ଓ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିବାଦ ସଭାରେ ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଦରବୃଦ୍ଧି ପାଇଁ କେନ୍ଦ୍ରର ମୋଦି ସରକାରଙ୍କ ଦରବୃଦ୍ଧି କାରୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।ପେଟ୍ରୋଲ ଡିଜେଲର ବିକ୍ରୀ ମୂଲ୍ୟର ପଚାଶ ପ୍ରତିଶତ ଟିକସ ଆକାରରେ ଆଦାୟ କରିବା,1955ମସିହାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନକୁ ସଂଶୋଧନ କରିବା ଓ ଖୁଚୁରା କ୍ଷେତ୍ରରେ ବଡ କମ୍ପାନୀ ମାନଙ୍କୁ ବ୍ୟବସାୟ କରିବାପାଇଁ ଅନୁମତି ଦେବା ଓ ଖାଦ୍ୟ ସାମଗ୍ରୀ ଉପରେ ଭାଟ ଲାଗୁ କରିବା ଭଳି ନୀତି ଗୁଡ଼ିକ ଦରବୃଦ୍ଧି ପାଇଁ ଦାୟୀ।ଏହା କମ୍ପାନୀ ମାନଙ୍କ ପାଇଁ ପୁସ ମାସ ଓ ଖାଉଟିଙ୍କ ପାଇଁ ସର୍ବନାସର କାରଣ ହୋଇଛି।ତେଣୁ ସରକାର ଦର ନିଣୀୟନ୍ତ୍ରଣ ପାଇଁ ପ୍ରଚଳିତ ନିୟମକୁ ପରିବର୍ତ୍ତନ କରିବାକୁ ହେବ।ସେହିଭଳି ରାଜ୍ୟ ସରକାର ପ୍ରଟ୍ରୋଲିୟମ ପଦାର୍ଥ ଉପରୁ ଭାଟ ହ୍ରାସ କରିବାକୁ ହେବ। କେରଳ ଭଳି ପନିପରିବାର ସହାୟକ ମୂଲ୍ୟ ଓ ବଜାର ଦର ନିର୍ଦ୍ଧାରଣ କରବା, ଚାଷୀଙ୍କ ଫସଲର ସଂରକ୍ଷଣ, ପରିବହନ ଓ ବିକ୍ରୟ ପାଇଁ ବ୍ୟବସ୍ଥା କରିବା ପାଇଁ ନୀତି ତିଆରି କରିବାକୁ ହେବ।ରାଜ୍ୟର ଲପରିବା ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ହେବ।ତାହାହେଲେ ଦର ନିୟନ୍ତ୍ରଣ ରହିବ ବୋଲି ଉଲ୍ଲେଖ କରିଥିଲେ।ମହିଳା ନେତ୍ରୀ ଜୟନ୍ତୀ ବଳା ମିଶ୍ର ମହିଳାଙ୍କ ଉପରେ ଦର ବୃଦ୍ଧିର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।ଅତି ଶିଘ୍ର ଦର ହ୍ରାସ ପାଇଁ କେନ୍ଦ୍ର ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନ କଲେ ମହିଳାମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଉଲ୍ଲେଖ କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀପତ୍ର ଡେ଼ପୁଟି କଲେକ୍ଟରଙ୍କୁ ପ୍ରଦାନ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ମହିଳା ସମିତିର ସମ୍ପାଦିକା ବିଷ୍ଣୁପ୍ରିୟା ସାହୁ, ଗାୟତ୍ରୀ ଗୌଡ଼, ସରସ୍ୱତୀ ମହାପାତ୍ର, ପ୍ରତିଭା ବ୍ରହ୍ମା,ଲକି ସ୍ୱାଇଁ ସିପିଏମ ନେତା ବିଦ୍ୟାଧର ଜେନା,ଶିବ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ବାବୁଲା ନାୟକ ,ଗୋପାଳ ପାଣିଗ୍ରାହୀ, ଗୋକୁଳ ତ୍ରିପାଠୀ,ହରି ନାହାକ, ଚିଟି ବାବୁ, ରଂଜନ ପାତ୍ର, ପୁରୁଷୋତ୍ତମ ସାହୁ ଓ ମଧୁସୂଦନ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *