ଅନାଥ ଝିଅକୁ ବିବାହ କରାଇଲା ଫେଲୋସିପ ସଂଗଠନଉପସ୍ତିତ ଥିଲେ ଉପଜିଲ୍ଲାପାଳ

ତିନିଦିନ ତଳେ ନୁହାସ ଉଜ୍ଜଳା ସଂଗଠନ ର ସହାୟତା ରେ ତଥା ଜିଲ୍ଲାପାଳଙ୍କ ପ୍ରୋତ୍ସାହନରେ ଏକ ଅନାଥ ଝିଅକୁ ବିବାହ କରାଇଥିଲେ ଆଉ ଆଜି ପୁଣି ଏକ ମାନବିକତା ଦେଖାଇଛନ୍ତି ଫେଲୋସିପ ସଂଗଠନ ଜିଲ୍ଲାପ୍ରଶାସନ ଓ ଫେଲୋସିପ ସଙ୍ଗଠନ ପକ୍ଷରୁ ଆଜି ଭଦ୍ରକ ଲୋକନାଥ ମନ୍ଦିରରେ ନିଆରା ଢଙ୍ଗରେ ଵିଵାହ ଅନୁଷ୍ଠିତ ହୋଇଯାଇଛି କନ୍ୟା ମାଧୁରୀ ହୋ ଘର କେନ୍ଦୁଜାଣି ମୟୂରଭଞ୍ଜ ହୋଇଥିବା ବେଳେ ପୁଅ ଘର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ପଞ୍ଚାୟତ ର ଦେଉଳା ଗ୍ରାମର ବାବଲ ସ୍ବାଇଙ୍କ ପୁତ୍ର ଅନନ୍ତ ସ୍ୱାଇଁ ଝିଅଟି ଆଜକୁ ୫ବର୍ଷ ତଳେ ଘର ଛାଡ଼ି ପଳାଇ ଆସିଥିବା ବେଳେ ତାକୁ ଫେଲୋସିପ ସଂଗଠନ ସୁଧାର ଗୃହରେ ରଖିଥିଲା ଆଉ ସମସ୍ତ ସ୍କିଲ ଡେଭଲପମେଣ୍ଟ ଶହ ଘର କରଣା ମଧ୍ୟ ଶିଖାଯାଇଥିଲା ତେବେ ପରିଣତ ବୟସରେ ଆଜି ଫେଲୋସିପ ଅନୁଷ୍ଠାନ ଓ ଜିଲ୍ଲାପ୍ରଶାସନ ର ସହଯୋଗରେ ଆଜି ଦୁଇ ଜଣଙ୍କର ମଧ୍ୟରେ ବୈଦିକ ରୀତିରେ ଵିଵାହ କରାଯାଇଥିଲା ଏହି ବିବାହ ଉତ୍ସବରେ ଜିଲ୍ଲାପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ ଉପସ୍ଥିତ ରହି ନବ ଦମ୍ପତ୍ତିକୁ ଆଶୀର୍ବାଦ କରିବା ଶହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ଫେଲୋସିପ ଅନୁଷ୍ଠାନ ର ନିର୍ଦେଶକ ଲଲାଟେନ୍ଦୁ ମହାନ୍ତି ଉପସ୍ଥିତ ରହି ବିବାହ ର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବା ଶହ ପୂର୍ବରୁ ଫେଲୋସିପ ଅନୁଷ୍ଠାନ କରିଥିବା ଏଭଳି ମହନୀୟ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ

Report:= punil kumar samanta,

Leave a Reply

Your email address will not be published. Required fields are marked *