ରାମଚଣ୍ଡୀ ଓ ଚନ୍ଦ୍ରଭାଗା ଥାନାରେ ଯୋଗଦେଲେ ନୂତନ ଅଧିକାରୀ
କୋଣାର୍କ,୧୭.୦୭- ପୁରୀ ପୋଲିସ୍ ପକ୍ଷରୁ ଜିଲ୍ଲା ସ୍ତରରେ ଇନ୍ସପେକ୍ଟର ଓ ଥାନା ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରାଯାଇଛି। କଟକ କେନ୍ଦ୍ରୀୟ ରେଞ୍ଜ ପକ୍ଷରୁ ପୁର୍ବରୁ ଜିଲ୍ଲାର ୧୯ଜଣ ଇନ୍ସପେକ୍ଟର ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ କନ୍ୱର୍ ବିଶାଲ ସିଂଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ କାର୍ଯ୍ୟରତ ୧୦ଜଣ ପୋଲିସ୍ ଅଧିକାରୀଙ୍କୁ ଅଦଳବଦଳ କରାଯାଇ ବିଭିନ୍ନ ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବରେ ଦାୟିତ୍ଵ ପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟାରେ ରାମଚଣ୍ଡୀ ଥାନା ଅଧିକାରୀ ଭାବେ ଇନ୍ସପେକ୍ଟର ସୁରେଶ ଚନ୍ଦ୍ର ପୃଷ୍ଟି ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଟାଉନ୍ ଥାନାରେ ଅତିରିକ୍ତ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। କିଛି ଦିନ ପାଇଁ ସେ ଆନ୍ତରିଣ ଭାବେ ମଧ୍ଯ ରାମଚଣ୍ଡୀ ଥାନା ଦାୟିତ୍ବରେ ରହି ସଫଳତାର ସହ କାର୍ଯ୍ୟ ସମ୍ପାଦନା କରିଥିଲେ। ଏଥି ସହିତ ପୁରୀ ଟ୍ରାଫିକ ପୋଲିସ ଅତିରିକ୍ତ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ପ୍ରତିମା ସାହୁ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏନେଇ ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ଓ କୋଣାର୍କ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା ଉଭୟଙ୍କୁ ଶୁଭେଛା ଜଣାଇଛନ୍ତି। ଏଥି ସହିତ ସ୍ଥାନୀୟ ସମାଜସେବୀ, ସାମ୍ବାଦିକ, ବ୍ୟବସାୟୀ ଓ ରାଜନୈତିକ କର୍ମୀ ମାନଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।
