ନକଲି ଡାକ୍ତର ଗିରଫ
ସାନଖେମୁଣ୍ଡି :୧୭/୦୭ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡ଼େଙ୍ଗାଉସ୍ତା ଗ୍ରାମରେ ଜଣେ ଯୁବକ ମାତ୍ର +୨ ପାଠ ପଢି ନିଜକୁ ଡାକ୍ତର ପରିଚୟ ଦେଇ ଖୋଲିଥିଲେ ବେଆଇନ କ୍ଲିନିକ ଏପରି ଅଭିଯୋଗ ପରେ ଦିଗପହଣ୍ଡି ପୋଲିସ ସଂପୃକ୍ତ ନକଲି ଡାକ୍ତର ଜଣକୁ ଗିରଫ କରି ତଦନ୍ତ ଚଳାଇଥିବା ଜଣାପଡିଛି । ଗିରଫ ନକଲି ଡାକ୍ତର ଜଣକ ହେଲେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ସଣ୍ଡା ଗ୍ରାମର ସୁବ୍ରଜିତ ପଣ୍ଡା ବୋଲି ଜଣା ପଡିଛି ଖବର ପ୍ରକାରେ ଅଭିଯୁକ୍ତ ସୁବ୍ରଜିତ କୌଣସି ଡାକ୍ତରି ପାଠ ପଡ଼ିନଥିବା ଜଣାପଡିଛି କେବଳ ଅର୍ଥ ଲାଳସାରେ ଢେଙ୍କାନାଳ ରୁ ଆସି ନିରୀହ ଲୋକମାନଙ୍କ ଜୀବନ ସହ ଗତ ୬ ବର୍ଷ ଧରି ଡ଼େଙ୍ଗାଓସ୍ତା ଗ୍ରାମ ରେ ଏକ କ୍ଲିନିକ ରେ ରୋଗୀ ଚିକିତ୍ସା କରିଆସୁଥିଲେ ଏପରିକି ନିକଟସ୍ଥ ଛଣମେରୀ ଗ୍ରାମର ସିମାଞ୍ଚଳ ସାହୁଙ୍କ ମାଆଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସେ କ୍ଲିନିକ କୁନେଇ ଆସିଥିଲେ ତେବେ ନକଲି ଡାକ୍ତର ସୁବ୍ରଜିତ ତାଙ୍କୁ ଚିକିତ୍ସା କରିବା ସହ କିଛି ଇଞ୍ଜେକ୍ସନ ଓ ଔଷଧ ମଧ୍ୟ ସେବନ ପାଇଁ ଦେଇଥିଲେ ଔଷଧ ସେବନ ପରେ ସିମାଞ୍ଚଳ ଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଯାହାଫଳରେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ ପରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା ଯାହାକୁ ନେଇ ସିମାଞ୍ଚଳ ନକଲି ଡାକ୍ତର ଉପରେ ସନ୍ଧେହ କରି ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏତଲାକୁ ଭିତିକରି ପୋଲିସ ଥାନା କେଶ ନମ୍ବର ୨୫୭/୨୩ ପ୍ରକାରେ ମାମଲା ରୁଜ୍ଜୁ କରିଥିଲେ । ଆଜି ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ ଉକ୍ତ କ୍ଲିନିକ ଉପରେ ଅତିରିକ୍ତ ଚଢ଼ାଉ କରିବାସହ ନକଲି ଡାକ୍ତର କାଗଜ ପାତ୍ର ଯାଞ୍ଚ କରିଥିବା ବେଳେ ବିଭିନ୍ନ ମେଡିକାଲ କଲେଜର ନକଲି ସାର୍ଟି ଫିକେଟ ଓ ସମସ୍ତ କାଗଜ ପତ୍ର ଜବତ କରିଥିବା ଜଣାପଡିଛି ଅନ୍ୟ ପକ୍ଷରେ ପୋଲିସ ଶୁବ୍ରଜିତକୁ ଥାନାରେ ରଖି ପଚରାଉଚରା ଜାରିରହିଥିବା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।
