ଏଲଏଲଏମ ପାଠ୍ୟକ୍ରମ ବନ୍ଦ ନିଷ୍ପତ୍ତିକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ର ବିରୋଧ

ବ୍ରହ୍ମପୁର, ତା.18.7.2023ରିଖ ଅଧ୍ୟାପକ ଅଭାବରୁ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ LLM ପାଠ୍ୟକ୍ରମକୁ ବନ୍ଦ ନିଷ୍ପତ୍ତିକୁ ଦୃଢ଼ ନିନ୍ଦା କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଅଧ୍ୟାପକ ନଥିବା ହେତୁ ଚଳିତ ବର୍ଷରୁ ପୂର୍ବରୁ ଥିବା ଏଲଏଲଏମ ପାଠ୍ୟକ୍ରମ ବନ୍ଦ କରାଯାଉଛି ବୋଲି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ଏକ ନୋଟିସ ଜାରି କରିଛନ୍ତି l ସୂଚନା ଯୋଗ୍ୟ ଯେ,ଅଧ୍ୟାପକ ନ ଥିବା ହେତୁ ଏଲଏଲଏମ କୋର୍ସର କ୍ଲାସ ହୋଇପାରୁନଥିଲା ଓ ଅଧ୍ୟାପକ ନିଯୁକ୍ତି ପାଇଁ ଦୀର୍ଘ ଦିନରୁ ଛାତ୍ର ଛାତ୍ରୀ ଓ କିଛି ସଂଗଠନ ପକ୍ଷରୁ ଦାବୀ ହେଉଥିଲେ ବି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିଯୁକ୍ତି ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଶେଷରେ ଏଲଏଲଏମ ବିଭାଗକୁ ହିଁ ବନ୍ଦ କରିଦେବାକୁ ଚଳିତ ମାସ 11ତାରିଖରେ ଚିଠି ନଂ 919/ପିଜି/ବିୟୁ/2023ପ୍ରକାରେ ଏକ ନୋଟିସ ଜାରି କରିଛନ୍ତି l ଶହ ଶହ ଛାତ୍ର ଛାତ୍ରୀଙ୍କ ନିର୍ଭରଯୋଗ୍ୟ ଏହି ଉଚ୍ଚ ଶିକ୍ଷା ବିଭାଗକୁ ବନ୍ଦ କରିବା ଛାତ୍ର ବିରୋଧୀ, ଶିକ୍ଷା ବିରୋଧୀ ପଦକ୍ଷେପକୁ ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ଦୃଢ ନିନ୍ଦା କରିଛନ୍ତି l ଯଥାଶୀଘ୍ର ଏଭଳି ଶିକ୍ଷାବିରୋଧୀ ନିଷ୍ପତ୍ତି ପ୍ରତ୍ୟାହାର କରି ଅଧ୍ୟାପକ ନିଯୁକ୍ତି ନ ଦେଲେ ଆନ୍ଦୋଳନର ସମ୍ମୁଖୀନ ହେବେ ବୋଲି ଅବନୀ ଗୟା ଚେତାବନୀ ଦେବାସହ ଯେଉଁ ଲୋକ ପ୍ରତିନିଧିମାନେ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ବିକାଶ କରିବା ପ୍ରତିଶୃତି ଦେଇ ଲୋକଙ୍କ ଭୋଟ ପାଇଛନ୍ତି, ସେମାନେ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାପାଈଁ ସେ ନିବେଦନ କରିଛନ୍ତି l

Leave a Reply

Your email address will not be published. Required fields are marked *