ସ୍ତ୍ରୀ କୁ ହତ୍ୟାକରି ନିଦ ରେ ଶୋଇପଡ଼ିଲା ସ୍ୱାମୀ
: ହତ୍ୟା କରି ଶୋଇ ପଡ଼ିଲା ହତ୍ୟାକରି ସ୍ୱାମୀ, ଶବ ଜଗିଛି ପୋଲିସ ।ପାରିବାରିକ କଲହର କରୁଣ ପରିଣତି । ସ୍ଵାମୀର କଟୁରୀ ଚୋଟ ରେ ସ୍ତ୍ରୀ ମୃତ୍ୟୁ । ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗ୍ରାମର ଘଟଣା। ମୃତକ ଜଣକ ହେଉଛନ୍ତି ଲିଲି ଦଣ୍ଡପାଟ ।ଅଭିଯୁକ୍ତ ସ୍ୱାମୀ ଅର୍ଜୁନ ଦଣ୍ଡପାଟ ଅଟକ ରଖି ତଦନ୍ତ କରୁଛି ଜଳେଶ୍ୱର ପୋଲିସ । ସୂଚନା ମୁତାବକ ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗ୍ରାମର ସୁଜୟ ଦଣ୍ଡପାଟଙ୍କ ଝିଅକୁ ଲିଲିଙ୍କୁ ଗତ ୧୦ବର୍ଷ ତଳେ ଚାଲନ୍ତି ଗ୍ରାମର ଅର୍ଜୁନ ଦଣ୍ଡପାଟଙ୍କୁ ବିବାହ କରାଇଥିଲେ। ବିବାହ ପର ଠାରୁ ଲିଲିଙ୍କୁ ସ୍ଵାମୀ ଓ ଶାଶୁ ଘର ଲୋକେ ଯୌତୁକ ଜନିତ ନିର୍ଯାତନା ଦେଇ ଆସୁଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ଉପସ୍ଥିତି ରେ ସ୍ୱାମୀ ଅର୍ଜୁନ ସ୍ତ୍ରୀ ଲିଲିଙ୍କୁ କଟୁରି ହାଣି ହତ୍ୟା କରିଛି ସ୍ୱାମୀ । ହତ୍ୟା ସମୟର ଦୃଶ୍ୟ କହୁଛି ୧୦ ବର୍ଷର ଝିଅ।
