ପାଞ୍ଚ ବର୍ଷର ଶିଶୁ ପୁତ୍ର ମୃତ୍ୟୁ କୁ ନେଇ ଭଦ୍ରକମେଡିକାଲ ରେ ଉତ୍ତେଜନା

ପାଞ୍ଚ ବର୍ଷର ଶିଶୁ ପୁତ୍ର ମୃତ୍ୟୁ କୁ ନେଇ ଭଦ୍ରକମେଡିକାଲ ରେ ଉତ୍ତେଜନା।ମୃତ କ ପରିବାର ନ୍ୟାୟ କେବେ?ଭଦ୍ରକ ମେଡ଼ିକାଲ ରେ 5ଟି ବାଟବଣା ନେଇ ଉଠିଲା ପ୍ରଶ୍ନ? ଭଦ୍ରକ:= ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ସାମରାଇ ପୁର ବରଡାଡୀହ ଗ୍ରାମର ପାଞ୍ଚ ବର୍ଷ ଶିଶୁ ପୁତ୍ର ସତ୍ୟଜିତ ବେହେରା ଖାଇ ସାରି ହାତ ଧୋଉଥିବା ସମୟରେ ହଠାତ କୈଣସି ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା ।ଏହା ଜାଣି ପରିବାର ଲୋକେ ତାଙ୍କୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ନେଇ ଥିଲେ ।ସେଠାରେ ଡାକ୍ତର ତାଙ୍କୁ ଗେଲପୁର ଠାରେ ନୂତନ କରି ହୋଇଥିବା ଶିଶୁ ସ୍ବାସ୍ଥ୍ୟ ଶାଖା ଚିକିତ୍ସାଳୟ କୁ ପଠାଇ ଦେଇ ଥିଲେ। ସତ୍ୟଜିତ ର ପରିବାର ଲୋକ ମାନଙ୍କ କହିବା କଥା ଏଠାରେ ଡାକ୍ତର ମାନଙ୍କ ଅବହେଳା ପାଇଁ ସତ୍ୟଜିତ ର ମୃତ୍ୟୁ ହୋଇଛି। ଏପରି ଏକ ହୃଦୟ ବିତାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ସାମରାଇ ପୁର ବରଡାଡୀହ ଗ୍ରାମରେ,ବାସ୍ତବରେ କଣ ଭଦ୍ରକ ମେଡ଼ିକାଲ5ଟି ବାଟ ବଣାନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଦେଖି ବାକୁ ବାକିରହିଲା ଦୋଷୀ ଙ୍କ ବିରୋଧ ପ୍ରଶାସନ କଣ କାର୍ଯ୍ୟ ନୁଷ୍ଠାନ ନେଉଛି, ସତ୍ୟଜିତ ପରିବାର କୁ କଣ ନ୍ୟାୟ ମିଳୁଛୁ ତାହା ଦେଖି ବାକୁ ବାକିରହିଲା।

ପୁନିଲ କୁମାର ସାମନ୍ତ (reporter)

Leave a Reply

Your email address will not be published. Required fields are marked *