ଭାରସାମ୍ୟ ହରାଇ ଓଲଟିଲା ବସ
ଯାଜପୁର:କୋରେଇ ଥାନା ଜହ୍ନା ଛକରେ ଭାରସାମ୍ୟ ହରାଇ ଓଲଟିଲା ନାୟକ ଆଣ୍ଡ ନାୟକ ବସ, ଭୁବନେଶ୍ୱର ରୁ କରଞ୍ଜିଆ ଅଭିମୁଖେ ଯାଉଥିଲା ବସ l ସୂଚନା ମୁତାବକ ଆଜି ଠିକ 5 ଘଟିକା ସମୟରେ ଭୁବନେଶ୍ଵରରୁ କରଞ୍ଜିଆ ଅଭିମୁଖେ ନାୟକ ଆଣ୍ଡ ନାୟକ ବସଟି ଦ୍ରୁତଗତିରେ ଯାଉଥିଲା l ହଠାତ କୌଣସି କାରଣ ବସତଃ କୋରେଇ ଥାନା ଜହ୍ନା ଛକରେ ବସଟି ରାସ୍ତା ତଳକୁ ଓଲଟି ବିଲ ଭିତରେ ପଡିଥିଲା l ଫଳରେ ବସରେ ଥିବା ଦୁଇ ଶିଶୁ ଓ 8ଜଣ ମହିଳା ସମେତ 32ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି l ଆହତ ମାନଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେମାନଙ୍କ ମଧ୍ଯରୁ ଜଣେ ଶିଶୁ ସମେତ 9ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଏ ସମସ୍ତଙ୍କୁ ଏଠାରୁ ପ୍ରାଥମିକ ଚିକିତ୍ସା କରାଯାଇ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି l ସ୍ଥାନୀୟ ପୋଲିସ ପ୍ରଶାସନ ଓ ଅଗ୍ନୀସମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ l ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ, ଯାଜପୁର ରୋଡ ଏବଂ କୋରାଇ ଥାନା ଅଧିକାରୀ ମାନେ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ l ବସର ଖଲାସୀ ଆହତ ଥିବା ବେଳେ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି l ପୋଲିସ ପ୍ରଶାସନ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି l
ଜ୍ୟୋତି ପ୍ରକାଶ ଭୂୟାଁ (reporter)
