ଏନ୍ଏଚ୍ ବ୍ରିଜ ଆପ୍ରେଚ୍ ରୋଡ୍ ଧସିଲା
ଭଦ୍ରକ୧୭ ନମ୍ବର ଜାତୀୟ ରାଜପଥ ର ଭଦ୍ରକ ନିକଟସ୍ଥ ଆରଡି ଛକରେ ଆପ୍ରେଚ୍ ରୋଡ ଆଜି ଧସିଛି ଆରଡି ଛକ ରେ ଥିବା ଗଳା ପୋଲ ଆପ୍ରେଚ୍ ରୋଡ ଧସି ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ଜାତୀୟ ରାଜପଥ ଭଳି ଗୁରୁତ୍ଵପୂର୍ଣ ଓ ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ଅବସ୍ଥା ପାଇଁ ନିର୍ମାଣ ଧୀନ ସଂସ୍ଥା କୁ ଦାୟୀ କରାଯାଉଛି ଚଣ୍ଡିଖୋଲ ଠାରୁ ରାଣୀତାଲ ପଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାଯ୍ୟର ଠିକା ନେଇଥିଲା ଦିଲ୍ଲୀପ ବିଲକନ୍ କମ୍ପାନି (ଡିବିଏଲ)ଇତିମଧରେ କମ୍ପାନୀ କାମ୍ ସମ୍ପୂଣ୍ଣ କରିଛି କିନ୍ତୁ କମ୍ପାନୀର ନିମ୍ନ ମାନର କାଯ୍ୟ ପ୍ରତ୍ୟେକ ଦିନ ପଦାକୁ ଆସିବା ରେ ଲାଗିଛି ଯାହା କି ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ଆଜି ସକାଳେ ଯାଜପୁର ର ରସୁଲପୁର ଠାରେ ୧୬ ନମ୍ବର ଜାତୀୟ ରାଜପଥ ର ଏକ ପୋଲ ଧସି ଯାଇଛି ଫଳରେ ଗାଡି ଚଳାଚଳରେ ସମସ୍ୟା ଦେଖାଦେଇଛି କତୃପକ୍ଷ ବିକଳ୍ପ ବ୍ୟବସ୍ଥା କରୁଥିବା ଜଣାପଡିଛି ସେହିପରି ପୂର୍ବାହ୍ନ ରେ ଆରଡି ଛକ ଠାରେ ଥିବା ଭେଇକୁଲାର୍ ଅଣ୍ଡର ପାସ ର ଆପ୍ରେଚ୍ ରୋଡ କିଛି ମାତ୍ରା ରେ ଧସି ଯାଇଛି ଗୋଟିଏ ଦିନ ରେ ଦୁଇ ଦୁଇ ଟି ଘଟଣା ନିମ୍ନ ମାନର କାର୍ଯ୍ୟ ସମ୍ପର୍କ ରେ ସୂଚନା ଦେଇଛି ସେହିପରି ଉପଯୁକ୍ତ ବର୍ଷା ଜଳ ନିଷ୍କାସନ ର ବ୍ୟବସ୍ଥା ନ ଥିବାରୁ ସହର ମଧରେ ଥିବା ଆରଡି ଛକ ମୋଟେଲ ଛକ ନୂଆ ବସଷ୍ଟାଣ୍ଡ ଛକ ଚରମ୍ପା ଠାରେ ଥିବା ବ୍ରିଜ ଗୁଡିକ ତଳେ ସାମାନ୍ଯ ବର୍ଷା ରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି ଅନୁରୂପ ଜାତୀୟ ରାଜପଥ ପାର୍ଶ୍ବ ରେ ନିର୍ମିତ ହୋଇଥିବା ଡ୍ରେନ ଗୁଡିକ ମଧ୍ଯ ଭାଙ୍ଗିରୁଜି ଗଲାଣି ଅପରପକ୍ଷେ ଡିବିଏଲ କମ୍ପାନି ସହର ମଧରେ କେତେକ ସ୍ଥାନ ରେ ଲୋକାଲ ରୋଡ ନ କରି ତରବରିଆ ଭାବେ ପଳାଇଯାଇଛି ତେବେ ଉକ୍ତ ଠିକା କମ୍ପାନି ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିଛି ଓ ଏହାର କାର୍ଯ୍ୟା ଧାରା ବା ଗୁଣବତ୍ତା ପ୍ରତି ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ମାନଙ୍କ ପର୍ଯ୍ୟନ୍ତ କେହି ମୁହ ଖୋଲି ନାହାନ୍ତି ଆଦୌ ଜମି ଅଧିଗ୍ରହଣ ନ କରି ପୂର୍ବ ରୁ ଅଧି ଗୃହୀତ ଜମିରେ ନୂତନ ନିୟମ ଦେଖାଇ କାମ ଚଳାଇ ଦେଇଛି ଫଳରେ ସବୁଠି ଜାତୀୟ ରାଜପଥ ଥିବା ସର୍ଭିସ ରୋଡ୍ ବା ଲୋକାଲ ରୋଡ ସଂକୀର୍ଣ୍ଣ ହୋଇଯାଇଛି ଜାତୀୟ ରାଜପଥ କତୃପକ୍ଷଙ୍କୁ ଡକାଇ ପ୍ରଶାସନ ଏ ଦିଗରେ ଚରମ ପଦକ୍ଷେପ ନେବାକୁ ଦାବି ହୋଇଛି
Report:= punil kumar samanta
