ମାର୍କେଟ ବିଲଙ ୪ଦିନ ହେଲା ସଂପୂର୍ଣ୍ଣ ବନ୍ଦ

ମାର୍କେଟ ବିଲଙ ୪ଦିନ ହେଲା ସଂପୂର୍ଣ୍ଣ ବନ୍ଦ। ଧାରଣାରେ ବସିଛନ୍ତି ମାର୍କେଟ ଆସୋସିଏସନ୍ ର ସମସ୍ତ କର୍ମକର୍ତ୍ତା, ଭୁବନେଶ୍ୱର ୧୯.୭.୨୩, ଆଜକୁ ୪ଦିନ ହେଲା ଧାରଣାରେ ବସିଛନ୍ତି ମାର୍କେଟ ବିଲଙ ଆସୋସିଏସନ୍ ର କର୍ମକର୍ତ୍ତା। ଜନଗହଳି ପରିଲକ୍ଷିତ ହେଉଥିବା ମାର୍କେଟ ବିଲଙ ଶୁନଶାନ୍। ଫଳରେ ପ୍ରାୟ ୫କୋଟୀ ଟଙ୍କାର ବେବସାୟ ଠପ୍ ହୋଇଯାଇଛି।ଏହାର ସମାଧାନ ଯେତେ ବିଳମ୍ବିତ ହେଉଛି ସେତିକି ଉଠା ଦୋକାନ ବିବାଦ ଘନାଇବାରେ ଲାଗିଛି, ମାତ୍ର ଏହାର ସମାଧାନ ପାଇଁ ଜାଣିଶୁଣି ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅନୁମାନ କରାଯାଉଛି। ମାର୍କେଟ ବିଲଙ ସଂଘ ସଭାପତି ପଦୁନ୍ନ ଜେନା ପ୍ରକାଶ କରିଛନ୍ତି ଯେ ଆଜି ବିଏମସି କାର୍ଯ୍ୟାଳୟ ରେ କମିଶନର ଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଥାଉକି ମାର୍କେଟ ବିଲଙ ବନ୍ଦ କୁ ସମର୍ଥନ ଜଣାଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ। ଶ୍ରୀ ଜେନା ସୂଚନା ଦେଇଛନ୍ତି ଯେ ସଂଘ ପକ୍ଷରୁ ଅନ୍ୟାନ୍ୟ ୨୨ ବ୍ୟବସାୟୀ ସଂଘ କୁ ପତ୍ର ଲେଖି ସମର୍ଥନ ପାଇଁ ନିବେଦନ କରିଛନ୍ତି। ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବ, ଏହି ଉଠା ଦୋକାନୀଙ୍କୁ ଜାଗା ଚିହ୍ନଟ କରି ଥଇଥାନ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି। ସମର୍ଥନ ଜଣାଇବା ପାଇଁ,

Leave a Reply

Your email address will not be published. Required fields are marked *