ତଥ୍ୟ ଭିତ୍ତିକ ଖବର ସଂଗ୍ରହ କରିବାରୁ ସାମ୍ବାଦିକଙ୍କ କଣ୍ଠରୋଧ କରିବା ସହ ହତ୍ୟା ଧମକ

-ପ୍ରତିଦିନ ଘଟୁଥିବା ଘଟଣା ଦୁର୍ଘଟଣା, ରାଜନୈତିକ, ହତ୍ୟା ଏଭଳି ବିଭିର୍ଣ୍ଣ ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରନ୍ତି! ବନ୍ୟା, ବାତ୍ୟା ବା ବିଭିନ୍ନ ପ୍ରାକୃତିକ ବିପର୍ଯୟ ରେ ନିଜ ଜୀବନକୁ ବାଜିରେ ଲଗାଇ ଦିନ ରାତି ଏକ କରି ଖବର ସଂଗ୍ରହ କରି ଲୋକ ଲୋଚନକୁ ଆଣିଥାନ୍ତି | ବେଳେବେଳେ କିଛି ଖଳ ପ୍ରକୃତିର ବ୍ୟକ୍ତି ପ୍ରଶାସନଙ୍କ ଆଖିରେ ଧୂଳି ଦେଇ ଚାକିରୀ ହାତେଇ ଥିବାର ଖବର ମଧ୍ୟ ଦୃଷ୍ଟି ଆକର୍ଷଣ କରନ୍ତି | ଏହିଭଳି ତଥ୍ୟଭିତିକ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରୋଶ ମୂଳକ ଭାବେ ଆକ୍ରମଣର ଶିକାର ହୋଇଥାନ୍ତି | ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଭଞ୍ଜନଗର ଅଂଚଳରେ |VO 1- ସୂଚନା ଅନୁଯାୟୀ ଭଞ୍ଜନଗର ଅଂଚଳରେ ଦୀର୍ଘ 15 ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଗଣମାଧ୍ୟମ ରେ କାମ କରୁଥିବା ସାମ୍ବାଦିକ ପ୍ରଦୀପ କୁମାର ସ୍ୱାଇଁ ଲୋକ ସୂଚନା ଆଇନ ବଳରେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ସାନକୋଦଣ୍ଡା ଅପର ପ୍ରାଇମେରୀ ସ୍କୁଲ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧୀର ବେହେରାଙ୍କ ସ୍ତ୍ରୀ ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀ ହାତେଇ ଥିବା ପ୍ରମାଣ ମିଳିବା ପରେ ସାମ୍ବାଦିକ ପ୍ରଦୀପ ସ୍ୱାଇଁ ଖବରର ସତ୍ୟାସତ୍ୟ ସଂଗ୍ରହ କରୁଥିବା ସମୟରେ ଶିକ୍ଷକ ସୁଧୀର ବେହେରା ଉକ୍ତ ସାମ୍ବାଦିକ ଜଣଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାର ହତ୍ୟା ଧମକ ମଧ୍ୟ ଦେଇଥିଲେ | ଆକ୍ରୋଶ ର ଶିକାର ହେଲା ପରେ ସାମ୍ବାଦିକ ଜଣଙ୍କ ଥାନାର ଦ୍ୱାରସ୍ତ ହେବା ସହ ଉପଜିଲ୍ଲାପାଳ ଓ ଜିଲ୍ଲପାଳ ଙ୍କୁ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ସାମ୍ବାଦିକ ପ୍ରଦୀପ ସ୍ୱାଇଁ ଓ ଭଞ୍ଜନଗର ସାମ୍ବାଦିକ ସଙ୍ଘ ଏକ ଲିଖିତ ଅଭିଯୋଗ ଦେବା ସହ ଘଟଣାର ତଦନ୍ତ ପାଇଁ ଦାବି ଉପସ୍ଥାପନା କରିଥିଲେ |

ରିପୋର୍ଟ -ଶିବ ଶଙ୍କର ପ୍ରଧାନ

Leave a Reply

Your email address will not be published. Required fields are marked *