କୌଣସି କାରଣରୁ ଦୋକାନ ଘରେ ଲାଗିଲା ନିଆଁ !

କୌଣସି କାରଣରୁ ଦୋକାନ ଘରେ ଲାଗିଲା ନିଆଁ !ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ !ଏକ ଘଣ୍ଟା ବିଳମ୍ବରେ ଅଗ୍ନିଶମ ବିଭାଗ ପହଂଚିବାରୁ ହଟହଟା ହେଲେ ବିଭାଗ !ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ବଜାରରେ ଥିବା ମୋନରଞ୍ଜନ ଦାସଙ୍କ ଭେରାଇଟି ଷ୍ଟରରେ ଆଜି ଅପରାହ୍ନ ପାଖାପାଖି ୨.୩୦ ମିନିଟ ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇ ଦୋକାନଟି ହୁହୁ ହୋଇ ଜଳିବାକୁ ଲାଗିଥିଲା !ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ କରିପାରିନଥିଲେ !୧୧୨ରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ !ଏପରିକି କିଛି ଯୁବକ ବାଇକ ଯୋଗେ ଯାଇ ମଧ୍ୟ ଖବର ଦେଇଥିଲେ ! ମାତ୍ର ୨୦୦ମିଟର ଦୂରରେ ଥିବା ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପାଖାପାଖି ୧ ଘଣ୍ଟା ବିଳମ୍ବରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ !ସେତେ ବେଳକୁ ଦୋକାନରେ ଥିବା ପାଖା ପାଖି ୫ଲକ୍ଷ ଟଙ୍କାର ସମସ୍ତ ଜିନିଷ ପୋଡି ପାଉଁଶ ହୋଇ ଯାଇଥିଲା !ଗାଡିରେ ଟେକିନିକାଲ ପ୍ରୋବ୍ଲେମ ଥିବା ଦର୍ଶାଇ ଅଗ୍ନିଶମ ବିଭାଗ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିବାକୁ ନେଇ ସ୍ଥାନୀୟ ଲୋକଙ୍କର ଅାକୃଶର ଶିକାର ହୋଇ ହଟହଟା ହୋଇଥିଲେ ! ସ୍ଥାନୀୟ ଲୋକମାନେ ବିଭାଗର ବିଳମ୍ବରେ ଆସିବା ଯୋଗୁଁ ଦୋକାନଟି ପୋଡି ପାଉଁଶ ହୋଇ ଯାଇଛି ବୋଲି ଦାବୀ କରିବା ସହିତ ସମସ୍ତ କ୍ଷତି ପୁରଣ ଦାବୀକରି ଥିଲେ ! ଶେଷରେ ଅଗ୍ନିଶମ ବିଭାଗ ଟେକିନିକାଲ ପ୍ରୋବ୍ଲେମ ପାଇଁ ବିଳମ୍ବରେ ଆସିବା ଏବଂ ସମସ୍ତ କ୍ଷତି ପୂରଣ ବାବଦରେ ବିଭାଗକୁ ଜଣେଇବେ ବୋଲି ଏକ ଲିଖିତ ପ୍ରତି ଶ୍ରୁତି ଦେଇଥିଲେ !

Report:- ବିଷ୍ଣୁପଦ ପତି

Leave a Reply

Your email address will not be published. Required fields are marked *