ଭଦ୍ରକ ପୈରପାଳିକା ର ଖାମ ଖିଆଲ ନିତି ପାଇଁ ଘଟି ପାରେ ଅଘଟଣ

ଭଦ୍ରକ ପୈରପାଳିକା ର ଖାମ ଖିଆଲ ନିତି ପାଇଁ ଘଟି ପାରେ ଅଘଟଣ |ସୂଚନା ଅନୁଯାଇ ଭଦ୍ରକ ବାଇପାସ ଟ୍ରାଫିକ ଛକ ନିକଟରେ ଥିବା ଏକ ମାକେଟ୍ ବିଲଡିଂ ଆଗ ଡ୍ରେନ ରୁ ବର୍ଷା ଜଳ ନିଷ୍କାସନ ହେଉନଥିବାରୁ ଭଦ୍ରକ ପୌରପାଳିକା ଦ୍ଵାରା ଜେସିବି ମେସିନ୍ ସାହାଯ୍ୟ ରେ ଦୁଇଟି ସ୍ଥାନରୁ ଅଳିଆ ସହିତ ଜମି ରହିଥିବା ବାଲି, ମାଟି ଖୋଳି ସଫା କରିଥିବା ବେଳେ ଖୋଲା ଯାଇଥିବା ଦୁଇଟି ଗାତ କୁ ପୌରପାଳିକା କର୍ମଚାରୀ ମୁକୁଳା କରି ପଳାଇ ଯାଇଥିବାର ଦେଖିବାକୁ ମିଳିଛି |ଏଥି ସହିତ ସେହି ଦୁଇଟି ଖାଲ ବାଇପାସ ରାସ୍ତା କଡ ଓ ମାକେଟ୍ ବିଲଡିଂ ଆଗରେ ହୋଇଥିବା ହେତୁ ଯଦି ଛୋଟ ପିଲା ଅଜାଣତରେ ସେହି ଗତ୍ର ରେ ପଡିଯାନ୍ତି କିମ୍ବା ରାତ୍ରି ସମୟରେ କୈଣସି ଗୋରୁ ଗାଇ ଖାଲରେ ପଡି କୈଣସି ଅଘଟଣ ଘଟେ ସେଥିପାଇଁ ଦାୟୀ ରହିବ କିଏ ଯାହା ଏକ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି |ଦେଖିବାକୁ ବାକି ରହିଲା ଭଦ୍ରକ ପୌରପାଳିକା ଏହି ଦୁଇଟି ଖାଲରେ ପଡି କିଛି ଅଘଟଣ ନଘଟିବା ପୂର୍ବରୁ କେଉଁ ପ୍ରକାର ବ୍ୟବସ୍ଥା କରୁଛି |

Report.. ପୁନିଲ କୁମାର ସାମନ୍ତ

Leave a Reply

Your email address will not be published. Required fields are marked *