ଗୋ କ୍ଲିନ ଆଣ୍ଡ ଗ୍ରୀନ କ୍ୟାମ୍ପେନ”

ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵଚ୍ଛ ଭାରତ “ଗୋ କ୍ଲିନ ଆଣ୍ଡ ଗ୍ରୀନ କ୍ୟାମ୍ପେନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା କ୍ଷେତ୍ରବାସୀ ଦାଶ, ଡା ଅଜୟ କୁମାର ସ୍ୱାଇଁ, ହସ୍ପିଟାଲ ମ୍ୟାନେଜର ସସ୍ମିତା ସାହୁ, ସଚିନ କୁମାର ସାହୁ, ରାଧାକୃଷ୍ଣ କ୍ଲବର ନିର୍ଦ୍ଦେଶକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲ, ମହିମା ନର୍ସିଂ , ନାରାୟଣୀ ନର୍ସିଂ ଓ ଶକ୍ତି ରୁପା ନର୍ସିଂର ଛାତ୍ରୀ ମାନେ ଯୋଗ ଦେଇ ମେଡ଼ିକାଲ ପରିସର ସଫା କରିବା ସହିତ ଗଛ ଲଗାଇ ଥିଲେ । ତେବେ ଏହି କାର୍ଯ୍ୟକ୍ରମ ସାତ ଦିନ ଧରି ଚାଲିବାକୁ ଥିବାବେଳେ ଆଜି ଏହାର ଉଦଘାଟନ କରାଯାଇଛି । ତେବେ ଏହି ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥିଲେ ।

Rita sahoo reporter

Leave a Reply

Your email address will not be published. Required fields are marked *