ଶୁଣିଲେନି ପ୍ରଶାସନ ଚିନ୍ତା ରେ ଗ୍ରାମବାସୀ।

କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଦଡିଙ୍ଗିଆ ପଞ୍ଚାୟତ କାଡିମାହା ଠାରୁ ବିୟରପାଙ୍ଗା ମୁଖ୍ୟ ମାଟି ରାସ୍ତା ରେ କେହି ଜଣେ ବ୍ୟକ୍ତି ଟ୍ରାକ୍ଟର ସାହାଯ୍ୟ ରେ ରାସ୍ତା ଉପରେ ରେ ହଳ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ। ଲଗାଣ ବର୍ଷା ରେ ରାସ୍ତା ଟି ଆହୁରି ଖରାପ ହୋଇଯାଇଛି । ଏହି ଗ୍ରାମରେ ସାତ ଶହ ରୁ ଉର୍ଦ୍ଧ ଲୋକ ରହୁଛନ୍ତି । ଏ ହିଁ ମୁଖ୍ୟ ରାସ୍ତା ଦେଇ ଗ୍ରାମ ର ଲୋକ ଲୋକଙ୍କ ଯିବା ଆସିବା ବନ୍ଦ ରହିଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ଏବଂ ସ୍କୁଲ ଯିବା ପାଇଁ ପିଲା ମାନେ ଅସୁବିଧା ର ସମୁଖୀନ ହେଉଛନ୍ତି। ରାଇକିଆ ବଜାରକୁ ଜରୁରୀ ସାମଗ୍ରୀ ଆଣିବା ପାଇଁ ହେଲେ ଦୁଇ କିଲୋମିଟର ବୁଲା ବାଟ ଦେଇ ଯିବାକୁ ପଡୁଛି ଯାହାଫଳରେ ଗ୍ରାମ ବାସୀ ଅସୁବିଧା ର ସମୁଖୀନ ହେଉଛନ୍ତି। ଏନେଇ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କୁ ଲିଖିତ ଆକାରରେ ଜଣାଇଥିଲେ । ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏକ ନୂତନ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ଙ୍କ ଦେଖା ମିଳିନାହିଁ ବୋଲି ଗ୍ରାମବାସୀ ଦୁଃଖର ସହ ପ୍ରକାଶ କରିଛନ୍ତି।

Nrusingha Charan dash reporter

Leave a Reply

Your email address will not be published. Required fields are marked *