ରାଜ୍ୟ ସ୍ତରୀୟ ଭୋଇ ସମାବେଶ ଅନୁଷ୍ଠିତ
-ଜଗତସିଂହପୁର ଜିଲ୍ଲା ସଦର ସ୍ଥିତ ଆଦି କବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ନିଖିଳ ଓଡିଶା ଭୋଇ ସମାଜ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଭୋଇ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଭୋଇ ସମାବେଶର ଜିଲ୍ଲା ଆବାହକ ଶଙ୍କର ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସ୍ଥାନୀୟ ସୁବର୍ଣ୍ଣ ବାରାହି ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।ପରେ ସଂସ୍କୃତି ଭବନ ଠାରେ ଆୟୋଜିତ ସମାବେଶରେ ଅତିଥି ଭାବେ ନିଖିଳ ଓଡିଶା ଭୋଇ ସମାଜ ବିକାଶ ପରିଷଦର ଭୁବନେଶ୍ୱରର ସଭାପତି ଲକ୍ଷ୍ମୀଧର ଭୋଇ,ସନ୍ଥ ବାହୁଡା ଦାସ ଭୋଇ ସମାଜ ବିକାଶ ପରିଷଦ କଟକର ସଭାପତି ଗିରିଶ ଚନ୍ଦ୍ର ନାୟକ, ଦଳିତ ସମାଜସେବୀ ସୁଶ୍ରୀ ତମନ୍ନା ଭୋଇଙ୍କ ସମେତ ରାଜ୍ୟର ବହୁ ଦଳିତ ସମାଜସେବୀ ଯୋଗ ଦେଇ ଭୋଇ ସମାଜର ସମସ୍ତ ବ୍ୟକ୍ତି ସମାଜରେ ସମ୍ମାନର ସହ ବଂଚିବା ସହିତ ବାସଗୃହ,ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ସୁବିଧା ପାଇବେ ସେ ବାବଦରେ ଆଲୋକପାତ କରାଯାଇଥିଲା ।
Rita sahoo reporter
