ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା
ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ OSSC ULB ACCOUNTANT ପରୀକ୍ଷା ୨୦୨୩ ଭଦ୍ରକ କଲେଜରେ ୧୭ରୁ ଉର୍ଦ୍ଧ୍ବ ରୁମରେ ଚାଲିଥିଲା । ପରୀକ୍ଷା ପ୍ରାରମ୍ଭରେ ପ୍ରଶ୍ନପତ୍ର ଦିଆଯିବା ସମୟରେ ସବୁ ପରୀକ୍ଷା ହଲରେ ପ୍ରଶ୍ନପତ୍ର ଠିକ ଭାବେ ବଣ୍ଟନ ହୋଇଥିବା ବେଳେ ୨୨ ଓ ୨୩ ନମ୍ବର ରୁମରେ ବିଭ୍ରାଟ ଦେଖା ଦେଇଥିଲା ପରୀକ୍ଷାର୍ଥୀ ମାନଙ୍କ ଅଭିଯୋଗ ଅନୁଯାଇ, ପ୍ରଶ୍ନପତ୍ର ବଣ୍ଟନ ପୂର୍ବରୁ ପ୍ୟାକେଟ୍ ସିଲ ଖୋଲା ଯାଇଥିଲା। ଏହାକୁ ନେଇ ପରୀକ୍ଷାର୍ଥୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପରୀକ୍ଷା ହଲ ଛାଡି ପଳାଇ ଆସିଥିଲେ । ପରେ ମୁଖ୍ୟ ଫାଟକ ବନ୍ଦ ଥିବାରୁ ସେଠାରେ ଧାରଣା ଦେଇ ପ୍ରତିବାଦ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପତ୍ର ପହଞ୍ଚି ପ୍ରଶ୍ନପତ୍ର ଲିକ ଅଭିଯୋଗ ସମ୍ପର୍କରେ ତଦନ୍ତ ଚଳାଇଛନ୍ତି । ସେଠାରେ ଉତ୍ତେଜନା ଲାଗି ରହିଛି ।
punil Kumar Samanta reporter
