ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ରାୟଗଡା ତା୩୦-୦୭-୨୩ ରାୟଗଡା ବ୍ଲକ ଅନ୍ତର୍ଗତ ଜେକେପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜେକେ କାଗଜ କଳର ଯନ୍ତ୍ରୀ ଶ୍ରୀ ଅତୁଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାର ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ପେଣ୍ଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ଗୌଡ ଯୋଗ ଦେଇ ଥିବାବେଳେ ସମ୍ମାନୀୟ ଅତିଥି ଭାବେଶିକ୍ଷକ ଶ୍ରୀ କାର୍ତ୍ତିକ ସୁଆଁସିଆ ,ଶିକ୍ଷାବିତ୍ ଚିତ୍ତରଞ୍ଜନ ବିଡ଼ିକା ଯୋଗ ଦେଇଥିଲେ । ମେଳାରେ ବିଦ୍ୟାଳୟର ୧୬୮ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ପ୍ରକଳ୍ପ ପ୍ରଦର୍ଶନ କରିଥଲ । ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରଘୁନାଥ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ଵପ୍ନା ଭଉଣୀ ବିବରଣୀ ପାଠ କରିଥିଲେ । ଉଦଯାପନ ଉତ୍ସବରେ ଇମ୍ଫା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରମୋଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ, ଅଭିଭାବକ ଓ ଗୁରମା ଗୁରୁଜୀଙ୍କ ଆନ୍ତରିକ ସହଯୋଗର ଉଚ୍ଚ ପ୍ରଶଂସା କରିଥିଲେ ।ପ୍ରଦର୍ଶିତ ଗଣିତ ପ୍ରକଳ୍ପ, ପତ୍ରବାଚନ, ଲୋକକଳା, ନିବନ୍ଧ ଗୁଡ଼ିକ ଅଭିଜ୍ଞ ବିଜ୍ଞାନ ଶିକ୍ଷକ ଓ ବିଶେଷଜ୍ଞମାନଙ୍କ ଦ୍ୱାରା ମୂଲ୍ୟାୟନ କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ରାଜେନ୍ଦ୍ର ନାଥ ମିଶ୍ର ପୁରସ୍କାର ବିତରଣ ଉତ୍ସବରେ ମଞ୍ଚାସିନ ଥିବାବେଳେ ସଙ୍କୁଳ ପ୍ରମୁଖ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଅଧ୍ୟାପକ ଡକ୍ଟର ଭବାନୀ ଶଙ୍କର ଦାଶ ଜେକେ କାଗଜ କଳର ସି ଏସ ଆର୍ ଅଧିକାରୀ ଶ୍ରୀ ହରିହର ଖମାରୀ, ବିଦ୍ୟୁତ୍ ପରିଷଦ ସଦସ୍ୟ ଶ୍ରୀ ପ୍ରସନ୍ନ କୁମାର ରଥ ଉପସ୍ଥିତି ଥିଲେ । ରଶ୍ମିତା ଶ୍ରୀକାନ୍ତ ଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁମା ଗୁରୁଜୀଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ସହଯୋଗକରିଥିଲେ ।
ନୀଳାମ୍ବର ମିଶ୍ର reporter
