ଭାଇ ନେଲା ଭାଇର ଜୀବନ

– ଛୋଟିଆ ଗଛ ଉପରେ ଇଟା ଗାଡି ଚକ ମାଡିବାକୁ କେନ୍ଦ୍ର କରି ଭାଇ ନେଲା ଭାଇର ଜୀବନ ସାନଖେମୁଣ୍ଡି :-୩୦/୦୬ , ପାରିବାରିକ କଳହର କରୁଣ ପରିଣତି ।ଛୋଟିଆ ଗଛ ଉପରେ ଇଟା ଗାଡି ଚକ ମାଡିବାକୁ କେନ୍ଦ୍ର କରି ଭାଇ ନେଲା ଭାଇର ଜୀବନ l ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଂଚାୟତ ବାସୁଦେବପୁର ଗ୍ରାମରେ ଭାଇକୁ ହତ୍ୟା କଲା ଭାଇ ।ଶୁକ୍ରବାର ରାତି ୮ ଟା ରେ ଘଟିଲା ବଡ଼ ଅଘଟଣା l ସାମାନ୍ୟ ଇଟା ଗଦା ପାଇଁ ଭାଇ ନେଇଗଲା ଭାଇର ଜୀବନ।କୁଲୁଙ୍କ ଘର କାମ ସକାଶେ ଇଟା ଆଣିଥିବା ଗାଡି ବୁଡୁ ଙ୍କ ଘର ଦାଣ୍ଡରେ ଥିବା ଗୋଟାଏ ଛୋଟ ଗଛ ଉପରେ ଗାଡି ଚକା ମାଡିଯାଇଥିଲା lଗୋଟାଏ ଛୋଟିଆ ଗଛ ଉପରେ ଇଟା ଗାଡି ଚକ ମାଡିବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା କଥା କଟାକଟି lକଥା କଟାକଟି ଉଗ୍ରରୂପ ନେଇ ନେଇଗଲା କୁଲୁଙ୍କ ଜୀବନ l ବଡ଼ ବାପା ପୁଅ ଭାଇର ଟାଙ୍ଗିଆ ମାଡ଼ରେ ଦାଦା ପୁଅ ଭାଇର ମୃତ୍ୟୁ ।ମୁଣ୍ଡ ପଛ ପଟେ ଶକ୍ତ ଆଘାତ ଲାଗି ଯୁବକ ମୃତ ।ଆଡ଼ପଡା ମେଡିକାଲ ରେ ମୃତ ଘୋଷଣା ଡାକ୍ତର ।ଘଟଣା ସ୍ଥଳ ଏବଂ ମେଡିକାଲ ରେ ପାଟପୁର ପୋଲିସ, ଆସ୍କା ଏସଡିପିଓ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଗଞ୍ଜାମ ଜିଲ୍ଲା ପାଟପୁର ଥାନା ବାସୁଦେବପୁର ଗାଁ ର ଘଟଣା lମୃତ ଯୁବକ ଜଣକ ହେଲେ ଖଲିଙ୍ଗି ନିକଟସ୍ଥ ବାସୁଦେବପୁର ଗ୍ରାମର କଂସ ପ୍ରଧାନ ଙ୍କ ପୁଅ କୁଲୁ ପ୍ରଧାନ ବୟସ 25 ।କୁଲୁ ଖଲିଙ୍ଗୀ ବସଷ୍ଟାଣ୍ଡ ରେ ପରିବା ଦୋକାନ କରି ଜୀବିକା ନିର୍ବାହ କରୁଥିଲେ ।କୁଲୁଙ୍କ ମୃତ୍ୟୁରେ ଶୋକ ପାଳନ ନିମନ୍ତେ ଖଲିଙ୍ଗୀର ସମସ୍ତ ଦୋକାନ ବନ୍ଦ କରିଛନ୍ତି ବେପାରୀ lକୁଲୁଙ୍କ ଶବ ବ୍ୟବଛେଦ କରିବା ପାଇଁ ବ୍ରହ୍ମପୁର mkcg ମେଡିକାଲକୁ ପଠାଇଛି ପାଟପୁର ପୋଲିସ lଗାଁ ରେ ଶୋକକୁଳ ପରିବେଶ ସହ ନିଶବ୍ଦ ହୋଇଯାଇଛି ପୂରା ଗାଁ lକୁଲୁଙ୍କ ଶବ ବ୍ୟବଛେଦ ହୋଇ ଆସିବ ପରେ ଶ୍ୱାସାନରେ ପହଞ୍ଚି ଥିଲେ ଶହ ଶହ ଗ୍ରାମବାସୀ l ଘଟଣାରେ ସମ୍ପୃକ୍ତ ବୁଡୁ ପ୍ରଧାନ, ସନ୍ତୋଷ ପ୍ରଧାନ ଓ ମିଟୁ ପ୍ରଧାନଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି ପାଟପୁର ଥାନା ଅଧିକାରୀ lଘଟଣାରେ ବ୍ୟାହୃତ ହୋଇଥିବା ଗୋଟିଏ ଶାବଳ, ଗୋଟିଏ ଲୁହା ରଡ, ଗୋଟିଏ କୁରାଢ଼ୀ ସହ ଦୁଇଟି ଠେଙ୍ଗା ଜବତ କଲା ପାଟପୁର ପୋଲିସ।ଏନେଇ ପାଟପୁର ଥାନା କେଶ ନମ୍ବର ୪୭୩/୨୩ ରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି ପାଟପୁର ପୋଲିସ

Leave a Reply

Your email address will not be published. Required fields are marked *