ପୁଲିସ ଇନ୍ସପେକ୍ଟରଙ୍କୁ ହତ୍ୟା ଘଟଣା

ପୁଲିସ ଇନ୍ସପେକ୍ଟରଙ୍କୁ ହତ୍ୟା ଘଟଣା, ୨୫ ବର୍ଷ ପରେ ରାୟ ପୂର୍ବତନ ବିଧାୟକ ସହ ୧୩ ଜଣଙ୍କୁ ଆଜୀବନ ଜେଲ ବ୍ରହ୍ମପୁର,୩୧/୦୭/୨୩ : ୧୯୯୮ରେ ଗଂଜାମ ଜିଲ୍ଲା ଛତ୍ରପୁରରେ ପୁଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେର ହତ୍ୟା ଘଟଣାରେ ଚୁଡାନ୍ତ ରାୟ ପ୍ରକାଶ। ପୂର୍ବତନ ବିଧାୟକ ଏନ ନାରାୟଣ ରେଡିଙ୍କ ସହ ୧୩ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ ରାଜ କୁମାର ଦାସ। କୋର୍ଟରୁ କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲକୁ ପଠାଇଦିଆଯାଇଛି।ମକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଦୋଷୀଙ୍କ ଭିତରେ ଜଣେ ପଖ୍ୟାଘାତ ରୋଗୀ ଅଛନ୍ତି।

ବ୍ରହ୍ମପୁର ରିପୋର୍ଟ ଅମିତ୍ କୁମାର ସାହୁ

Leave a Reply

Your email address will not be published. Required fields are marked *