ପୁତୁରା ରଡ଼ ମାଡରେ ବଡ ମା ଗୁରୁତର

ନ୍ଦବାଲି:ପୂର୍ବ ଶତ୍ରୁତାରରୁ ବଡ ମା ଉପରେ ରାଗ ସୁଝାଇବା ପାଇଁ ସୁଯୋଗ ଖୋଜି ବୁଲୁଥିଲା ପୁତୁରା ରାଜିବ ଶତପଥି। ଘରେ କେହି ନଥିବାର ସୁଯୋଗ ନେଇ ବଡ ମା କୁ ଏକ ଲୁହା ରଡ ମାଧ୍ୟମରେ ଜୀବନରୁ ମାରି ଦେବାକୁ କରିଥିଲା ଉଦ୍ୟମ ।ଘରେ ବଡ଼ ମା କାମକରୁଥିବା ସମୟରେ ପଛପଟୁ ଆସି ପୁତୁରା ରାଜିବ ଏକ ଲୁହା ରଡକୁ ବଡ଼ ମାଆର ବେକ, ଛାତି ଏବଂ ପିଠିରେ ଭୁସି ଦେଇଥିଲା ବଡ଼ ମା ର ଚିତ୍କାର ଶୁଣି ଗାଁ ଲୋକେ ଦଉଡି ଆସି ଦେଖିଲା ବେଳକୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ତଳେପଡି ଚିତ୍କାର କରୁଛି ବଡ ମା ।ଫଳରେ ଜାଗାଛାଡି ପଳାଇ ଯାଇଥିଲେ ନୃଶଂସ ପୁତୁରା।ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଧିନ ବଜରାପୁର ପଞ୍ଚାୟତ ବଜରାପୁର ଗାଁରେ ସୂଚନା ଯୋଗ୍ୟ ଶଶଧର ଶତପଥି ଏବଂ ତାଙ୍କ ବଡ ଭାଇ ପ୍ରଭାକର ସତପଥିଙ୍କ ଭିତରେ ଜମି ବାଡି ବିବାଦ ଦୀର୍ଘଦିନ ଲାଗି ଆସିଥିଲା ସେହି ରାଗ ସୁଜାଇବା ପାଇଁ ଶଶଧର ଶତପଥି ଙ୍କ ସାନପୁଅ ରାଜିବ ସତପଥି ନିଜ ବଡ଼ ମା ଛାୟା ସତପଥିଙ୍କୁ ଏକ ଲୁହା ରଡ଼ ସାହାଯ୍ୟରେ ଅତି ନୃସିଂସ ଭାବରେ ବେକ,ଛାତି,ଏବଂ ନାକରେ ଲୁହା ରଡକୁ ପୁରାଇ ଜୀବନକୁ ମାରି ଦେବାକୁ ଉଦ୍ୟମ କରୁଥିବା ଵେଳେ ଗାଁ ଲୋକେ ଆସି ପହଞ୍ଚି ଯାଇଥିଲେ ଫଳରେ ରଡ ଛାଡି ପୁତୁରା ରାଜିବ ପଳାଇ ଯାଇଥିଲା।ଏନେଇ ଘଣ୍ଟେଶ୍ୱର ପୋଲିସ ଖବର ପାଇ ପୁତୁରା ରାଜିବଙ୍କୁ ଫାଣ୍ଡିରେ ଅଟକ ରଖାଯାଇଛି. ଏପଟେ ବଡ ମା ଛାୟାମଣୀ ପ୍ରଥମେ ଭଦ୍ରକ ଓ ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *