ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଲ୍ଲୀ ପଂଚାୟତ ମହାକାଳେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରାକ୍ତନ ବି.ଇ.ଓ ଶରତ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ମୁଖ୍ୟ ବକ୍ତା ବାବା ସତ୍ୟନନ୍ଦ ଦାସମହାରାଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବ୍ଲକ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ପ୍ରଧାନ ଶିକ୍ଷଯାତ୍ରୀ ସୌଦାମିନୀ ପାତ୍ରଙ୍କୁ ବିଦାୟକାଳୀନ ଉତ୍ସବରେ ସମ୍ମାନୀତ କରିଥିଲେ । ଦୀର୍ଘ 38 ବର୍ଷ ଶିକ୍ଷକତା କାର୍ଯ୍ୟ ରେ ଅନେକ ଛାତ୍ରଛାତ୍ରୀ ଙ୍କୁ ଗଢିତୋଳିବା ସହିତ ସମାଜରେ ଭଲ ମଣିଷ ସୃଷ୍ଟି କରିପାରିଛନ୍ତି । ଆପଣଙ୍କର ତ୍ୟାଗ ଓ ସେବା ପାଇଁ ଆଜି କୁନିକୁନି ପିଲାମାନଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ଓ ସହପାଠୀ ମାନଙ୍କ ଆଖିରେ ଲୁହ ଦେଖାଦେଇଛି । ତେବେ ଆଜିର ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଆପଣଙ୍କ ର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।

ଜଗତସିଂହପୁର ରୁ ରୀତା ସାହୁ ।

Leave a Reply

Your email address will not be published. Required fields are marked *