ଦଣ୍ଡାଧର ଡ୍ୟାମର ଖୋଲିଲା ଗେଟ
ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିସ୍କାସନ ପାଇଁ ଦଣ୍ଡାଧର ଡ୍ୟାମର ଖୋଲିଲା ଗେଟ। କାମାକ୍ଷାନଗର୦୨.୦୮.୨୦୨୩-ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଦଣ୍ଡାଧର ଡ୍ୟାମର ପ୍ରଥମ ବନ୍ୟାଜଳ ନିସ୍କସନ ପାଇଁ ଗେଟ ଖୋଲିଲା। ଗତ ରାତି ଠାରୁ ଲଗାଣ ବର୍ଷାରେ ଜିଲ୍ଲାର ସମସ୍ତ ନଦୀ ନାଳ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ସେହିଭଳି ଦଣ୍ଡାଧର ଡ୍ୟାମରେ ମଧ୍ୟ ବିପଦ ସଂକୁଳ ସଂକେତ ଛୁଇଁବାକୁ ବସିଲାଣି ବନ୍ୟାଜଳ। ତେଣୁ ଡ୍ୟାମର ସୁରକ୍ଷାକୁ ଦୃଷ୍ଟିର ରଖି ଚଳିତବର୍ଷର ଆଜି ଅପରାହ୍ନ ୫ ଟା ସମୟରେ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଗୋଟିଏ ଗେଟ ଖୋଲିଛି। ଡ୍ୟାମର ବନ୍ୟା ସଂକେତ ସର୍ବୋଚ ୧୦୯.୭୩ ଥିବାବେଳେ ବର୍ତମାନ ଡ୍ୟାମରେ ୧୦୮.୮୦ ସଂକେତ ଛୁଇଲାଣି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଥିବା ସୁଚନା ଦେଇଛନ୍ତି ବିଭାଗିୟ କନିଷ୍ଠଯନ୍ତ୍ରୀ ନୃସିଂହ ଚରଣ ପୃଷ୍ଟି।। ଏବଂ ତଳିଆ ଅଞ୍ଚଳରେ ଲୋକ ମାନଙ୍କୁ ସଜିଗ ରହିବା ସହ ନଦୀ ଭିଦୀ ଭିତରକୁ ନଯିବାପାଇଁ ପ୍ରଶାସନ ତରଫରୁ ସଚେତନ କରାଯାଇଛି।
