ପ୍ରାଥମିକ ଶିକ୍ଷକ ସଂଘ, କୋଲନରା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

ପ୍ରାଥମିକ ଶିକ୍ଷକ ସଂଘ, କୋଲନରା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ ରାୟଗଡା ତା୦୫-୦୮-୨୩ରାୟଗଡ଼ା ଜିଲ୍ଲା କୋଲନରା ସଦର ଠାରେ ଆଜି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ନିଖିଳ ଉତ୍କଳ ପ୍ରଥମିକ ଶିକ୍ଷକ ଫେଡରେସନର ଡାକରାରେ କୋଲନରା ବ୍ଲକଠାରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ରାଲୀ ରେ ବ୍ଲକ୍ ରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ସ୍ଥାନୀୟ ସତ୍ୟ ସାଇ ମନ୍ଦିର ପ୍ରାଙ୍ଗଣ ରୁ ମଧ୍ୟାହ୍ନ ୧୨ ଟା ରେ ଏହି ଶୋଭାଯାତ୍ରା ବାହାରି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ତାପରେ ଶିକ୍ଷକ ସଂଘ ତରଫରୁ ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟ ରେ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରଯାଇଥିଲା। ବି ଆର୍ ସି ସି ଶ୍ରୀଯୁକ୍ତ ଡାଳିମ୍ବ ସୂର୍ଯ୍ୟ ଓ ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ଅନିଲ କୁମାର ପାତ୍ର ଦାବୀପତ୍ର ଗ୍ରହଣ କରିଥିଲେ।ଏହି ଦାବୀ ପତ୍ର ରେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ତଥା ଗ୍ରେଡ ପେ କୁ ୪୨୦୦ କୁ ବୃଦ୍ଧି କରିବା ଓ ନୂତନ ପେନସନ ବ୍ୟବସ୍ଥା ଏବଂ ଠିକା ନିଯୁକ୍ତି କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ପୁରାତନ ପେନସନ ବ୍ୟବସ୍ଥା କୁ ଲାଗୁ କରିବା ପାଇଁ ଦାବୀ କରାଯାଇଛି।ଏହି ଶୋଭାଯାତ୍ରା ରେ ୧୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଥିବା ବେଳେ ନାରାୟଣ ବିଡ଼ିକା, ଦୀପକ ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା, ସାଧନା ପ୍ରଧାନ , ସୁଭସ୍ମିତା ଦାସ, ଗୋପବନ୍ଧୁ ଜେନା, ବଂଶୀଧର ଖଟେଇ, ଜଗଦୀଶ ଚିନ୍ତାଡ଼ା, କୋଲା ଚନ୍ଦ୍ରରାଓ, ପ୍ରଭୃତି ନେତୃତ୍ୱ ନେଇଥିଲେ।

ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା

Leave a Reply

Your email address will not be published. Required fields are marked *