କଙ୍କଡ଼ାହାଡ଼ ବ୍ଲକର ଫୁଲ ଝର ଗ୍ରାମର ଶିକ୍ଷା ଅବ୍ୟବସ୍ଥା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟା ପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫୁଲ ଝର ଗ୍ରାମର ଦୃଶ୍ୟ । ଏହି ଗ୍ରାମରେ ଗୋଟିଏ ପ୍ରାଇମେରି ସ୍କୁଲ ଥିବାବେଳେ ଗୋଟିଏ ଅଙ୍ଗନ୍ ୱାଡ଼ି କେନ୍ଦ୍ର ଅଛି। କିନ୍ତ୍ କାଗଜ କଲମରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର।ଏହି କେନ୍ଦ୍ରରେ ୧୮ ଜଣ ଶିଶୁ ପଢୁଥିବା ବେଳେ ଶିକ୍ଷା ଗୃହ ନଥିବା ଯୋଗୁ ପଢୁଛନ୍ତି ପ୍ରାଇମେରୀ ସ୍କୁଲ ବାରଣ୍ଡାରେ ଗରିବ ଆଦିବାସୀଙ୍କ ଅଞ୍ଚଳରେ ଖୁଲମ ଖୋଲା ହରିଲୁଟ ।ପୁଣି ଆସିଲା ଏକ ସାଙ୍ଘାତିକ ଅଭିଯୋଗ । ସ୍କୁଲ ବାରଣ୍ଡାରେ କିଛି ଅଙ୍ଗନୱାଡ଼ି ଶିଶୁ ପାଢ଼ୁ ଥିବାର ଦେଖିବାକୁ ମିଳିଥିଲାଅଙ୍ଗନୱାଡ଼ି ଦିଦି ଙ୍କୁ ପଚାରିବାରୁ ଦିଦି କହିଲେ ପିଲାଙ୍କ ପାଇଁ ଘର ନଥିବାରୁ ଅଙ୍ଗନୱାଡ଼ି କେନ୍ଦ୍ର ଚଲଉଛୁ ସ୍କୁଲ ବାରଣ୍ଡାରେ ସମନିତ ଶିଶୁ ବିକାଶ ବିଭାଗ ତରଫରୁ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ୪ ବର୍ଷ ହେବ ଅଧାଗଢ଼ା ଘର ହୋଇ ପଡିଛି।ସେ ଘର ଟି ଏତେ ନିମ୍ନ ମାନର ନିର୍ମାଣ ହୋଇଛି ଯେ କମ ଦିନ ଭିତରେ ମାଟିରେ ମିଶିଯିବ । ଏଥିରେ ନିମ୍ନ ମାନର ବାଲି ସିମେଣ୍ଟ ରେ ହେବାସହିତ ପାଣି ଗଳୁଥିବା ଦୃଶ୍ୟ ଦେଖିବା କୁ ମିଳିଥିଲା ।ଏହି କାମଟି ପୂର୍ବତନ ସରପଂଚ ଠିକାଦାରି କରିଥିବା ସୂଚନା ମିଳିଛି । ବ୍ଲକ ପ୍ରଶାସନ ଓ ସରପଞ୍ଚ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଅଛି କି ?ଏ ନେଇ ଜଣ ସାଧାରଣ ମଧ୍ୟରେ ପ୍ରଶ୍ନ ବାଚି ସୁଷ୍ଟି ହୋଉଛି ପ୍ରଶାସନ ସଠିକ୍ ତଦନ୍ତ ହେବା ପାଇଁ ଜନ ସାଧାରଣ ଦାବି କରିଛନ୍ତି

Prakash Kumar Patra reporter

Leave a Reply

Your email address will not be published. Required fields are marked *