ଆମ ଆଦମୀ ପାର୍ଟିର ୧୦ ଅଗଷ୍ଟ ଶୋଭାଯାତ୍ରା ସ୍ଥଗିତ
ଆସିକା ଓକିଲ ସଂଘ ର ବନ୍ଦ ଡାକରା କୁ ସମର୍ଥନ ଜଣାଇ ଆମ ଆଦମୀ ପାର୍ଟି ଆସିକା ଶାଖା ପଦଯାତ୍ରା ସ୍ଥଗିତ ରଖିଛି। ଓକିଲ ସଂଘ ର ରୂଷିକୂଲ୍ୟା ଜିଲ୍ଲା ଗଠନ ଦାବିରେ ୧୦ ଅଗଷ୍ଟରେ ସମସ୍ତ ଅଫିସ୍, ଦୋକାନ ବଜାର ଓ ଚକ ଅଖ ବନ୍ଦ ଡାକରା କୁ ସମର୍ଥନ ଜଣାଇ ପଦଯାତ୍ରା ସ୍ଥଗିତ ରଖିଛି ।
ଆସିକା ଅଞ୍ଚଳର ଭୌଗଳିକ ସୀମାରେଖା ଏବଂ ଲୋକସଂଖ୍ୟା ଦୃଷ୍ଟିରୁ ଏହା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର l ପରିତାପର ବିଷୟ ଦୀର୍ଘଦିନ ଧରି ଗୋଟିଏ ଦଳ ଶାସନ ବ୍ୟବସ୍ଥାରେ ରହିଥିଲେ ସୁଦ୍ଧା ଦକ୍ଷିଣ ଓଡ଼ିଶାର ଆସିକା ଅଞ୍ଚଳର ଲୋକଙ୍କ ଜନଜୀବନର ସମସ୍ୟାକୁ ଉପେକ୍ଷିତ କରି ଆସୁଛନ୍ତି l ବାରମ୍ବାର ଲୋକଙ୍କ ପ୍ରତିବାଦ ସତ୍ୱେ ସରକାର କର୍ଣ୍ଣପାତ କରୁନାହାଁନ୍ତି, ଯାହାଦ୍ୱାରା ଲୋକଙ୍କ ସରକାର ଉପରୁ ଆସ୍ଥା ତୁଟି ଗଲାଣି l
- ବ୍ରହ୍ମପୁର ଠାରୁ ସମ୍ବଲପୁର ଭାୟା ହିଞ୍ଜିଳିକାଟୁ, ଆସିକା, ଭଞ୍ଜନଗର, ଫୁଲବାଣୀ ଦେଇ ରେଳପଥ ନିର୍ମାଣ କରିବା l
- ଆସିକା, ବେଗୁନିଆପଡା, ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, ପୋଲସରା, ସାନଖେମୁଣ୍ଡି, ଧରାକୋଟ, ସେରଗଡ ଏହି ଆଠ ଟି ବ୍ଲକକୁ ନେଇ ଋଷିକୂଲ୍ୟା ଜିଲ୍ଲା ଗଠନ କରିବା
- ବନ୍ଦ ପଡ଼ିଥିବା ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ କରି ପର୍ଯ୍ୟାପ୍ତ ନିଯୁକ୍ତି ଏବଂ ରୋଜଗାର ସୃଷ୍ଟି କରିବା
- ଆସିକା ଚିନି କାରଖାନାକୁ ସମ୍ପୂର୍ଣ କାର୍ଯ୍ୟକ୍ଷମ କରି ଆଖୁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା
- ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଏବଂ ଶୀତଳ ଭଣ୍ଡାରର ପୁନଃ ଉଦ୍ଧାର କରିବା
- ଋଷିକୂଲ୍ୟା ଓ ବଡ ନଦୀର ଦ୍ଵିତୀୟ ପୋଲ ନିର୍ମାଣ କରିବା
- ଆସିକା ବନ୍ୟାର ସ୍ଥାୟୀ ପ୍ରତିକାର ଏବଂ ରିଙ୍ଗରୋଡ଼ ନିର୍ମାଣ କରିବା
ଉପରୋକ୍ତ ସ୍ଥାନୀୟ ଦାବୀକୁ ହାସଲ କରିବା ପାଇଁ ଆମ୍ ଆଦ୍ମୀ ପାର୍ଟି ତରଫରୁ ଅଗଷ୍ଟ 10 ତାରିଖରେ ସକାଳେ ରାଜ୍ୟ ସଭାପତିଙ୍କ ଉପସ୍ଥିତରେ ପଦଯାତ୍ରା ଏବଂ ପ୍ରତିବାଦ ସଭା କରିବାକୁ ସମୟ ନିର୍ଧାରିତ ହୋଇଥିଲା କିନ୍ତୁ ଆସିକା ବନ୍ଦକୁ ସମର୍ଥନ ଜଣାଇ ପାର୍ଟି ତାକୁ ସ୍ଥଗିତ ରଖୁଛି l
ଅତ୍ୟନ୍ତ ଖୁସିର କଥା ସମାନ ଦାବୀନେଇ ଆସିକା ଆଇନଜୀବି ସଙ୍ଘ ଆଗାମୀ ଅଗଷ୍ଟ 10 ତାରିଖରେ ଯେଉଁ ଆସିକା ବନ୍ଦର ଆହ୍ୱାନ ଦେଇଛନ୍ତି, ତାକୁ ଆମ୍ ଆଦ୍ମୀ ପାର୍ଟି ଗଞ୍ଜାମ ଜିଲ୍ଲା ସମର୍ଥନ ଜଣାଉଛି l ଆଶା କରୁଛୁ ରାଜ୍ୟ ସରକାର ଆଇନଜୀବିଙ୍କ ଯଥାର୍ଥ ଦାବୀକୁ ହୃଦୟଙ୍ଗମ କରି ନିର୍ବାଚନ ପୂର୍ଵରୁ ଉଚିତ ପଦକ୍ଷେପ ନେବେ l ଆଗାମୀ ଦିନରେ ଏହି ଦାବୀ ହାସଲ ପାଇଁ ଆଇନଜୀବିଙ୍କ ସହ ମିଶି ଆମ୍ ଆଦ୍ମୀ ପାର୍ଟି ଲଢ଼େଇ ଜାରି ରଖିବାକୁ ” ଆପ୍ ” ଆସିକା ଇନଚାର୍ଜ ରଞ୍ଜନ ରାଉତ ,ଗଞ୍ଜାମ ଜିଲ୍ଲା ଆବାହକ ସୁବାଷ ରାଉତ , ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ , ଆସିକା ଲୋକସଭା ଆବାହକ ମିଟୁ ସାବତ , ଜିଲ୍ଲା ଉପ ସଭାପତି ସୁବାଷ ପଶୁପାଳକ ଏକ ମିଳିତ ବିବୃତି ଦେଇ, ବନ୍ଦକୁ ସମର୍ଥନ କରି ଆସିକାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି l
