ବାଲୁକା ଆନିମେସନ ମାଧ୍ୟମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନରେ ଶୁଭେଚ୍ଛା
ବାଲୁକା କଳା ମାଧ୍ୟମରେ ଅମିତ ଶାହା ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା କଳାକାର ମାନସ କୁମାର ସାହୁ# ବାଲୁକା କଳା ମାଧ୍ୟମରେ ଅମିତ ଶାହା ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା କଳାକାର ମାନସ କୁମାର ସାହୁ**ପୁରୀ, ଓଡ଼ିଶା:** ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା କଳାକାର ତଥା ସ୍ୟାଣ୍ଡ ଆନିମେଟର ମାନସ କୁମାର ସାହୁ ନିଜର ନିଆରା ବାଲୁକା ଆନିମେସନ୍ ମାଧ୍ୟମରେ ଭାରତର ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।ପୁରୀସ୍ଥିତ ନିଜ ଷ୍ଟୁଡିଓରେ ମାନସ ସାହୁ ଏହି ସ୍ୱତନ୍ତ୍ର ବାଲୁକା ଆନିମେସନ୍ ପ୍ରସ୍ତୁତ କରିବାକୁ ପ୍ରାୟ **ଏକ ଘଣ୍ଟା ସମୟ** ନେଇଥିଲେ। ଏହି କଳାକୃତି ମାଧ୍ୟମରେ ସେ ଶ୍ରୀ ଅମିତ ଶାହା ଜୀଙ୍କ ପ୍ରତି ନିଜର ଶୁଭକାମନା ଓ ଶୁଭେଚ୍ଛା ପ୍ରକାଶ କରିଛନ୍ତି।
