ଶତାଧିକ କିଏସ୍କୋ କର୍ମଚାରୀ ମାନେ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟର ସମସ୍ତ ପଂଚାୟତ ରେ ଗ୍ରାହକ ସେବା କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଜଗତସିଂହପୁର ଜିଲ୍ଲାରେ 120 ଟି ଗ୍ରାହକ ସେବା କେନ୍ଦ୍ର କାର୍ଯ୍ୟ କରି ଆସୁଛନ୍ତି । ତେବେ ଆହୁରି ଅନେକ ପଂଚାୟତ ରେ ଏହି ଗ୍ରାହକ ସେବା କେନ୍ଦ୍ର ଖୋଲା ଯାଇ ନାହିଁ । ତେଣୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କୁ ଜଗତସିଂହପୁର ଜିଲ୍ଲା କିଏସ୍କୋ ଅପରେଟର ଆସୋସିଏସନ ପକ୍ଷରୁ ସ୍ୱାଗତ କରାଯାଇ ଥିବା ବେଳେ ଏଥିରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯେଉଁ ପଂଚାୟତ ରେ ଏହି କିଏସ୍କୋ ସେଣ୍ଟର ଅଛି ପୁଣି ସେହି ପଂଚାୟତ ରେ ଅନ୍ୟ ଏକ କେନ୍ଦ୍ର ଖୋଲିବାକୁ ନେଇ ଆସୋସିଏସନ ପକ୍ଷରୁ ଏହାକୁ ବିରୋଧ କରାଯିବା ସହିତ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କିଏସ୍କୋ ଅପରେଟର ଆସୋସିଏସନ ର ସଭାପତି ରହିମ ଖାଁ ଓ ସମ୍ପାଦକ ଜ୍ୟୋତିରଞ୍ଜନ ସାହୁ ଙ୍କ ନେତୃତ୍ୱରେ ଶତାଧିକ କିଏସ୍କୋ କର୍ମଚାରୀ ମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଏହାର ପୁନଃ ବିଚାର କରିବାକୁ ଅନୁରୋଧ କରିଛନ୍ତି ।
ଜଗତସିଂହପୁର ରୁ ରୀତା ସାହୁ

