ବିଜୁ ପଟ୍ଟନାୟକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ନୂତନ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନ
ସୋରଡ଼ା : ସ୍ଥାନୀୟ ବିଜୁପଟ୍ଟନାୟକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷ ଜିତେନ୍ଦ୍ର ପରିଚ୍ଛା ଅଧ୍ୟକ୍ଷତା କରିବା ସହ ଶିକ୍ଷାର୍ଥୀଙ୍କୁ ପାଠପଢ଼ା ପ୍ରତି ଶୃଙ୍ଖଳା ଓ ଧ୍ୟାନକେନ୍ଦ୍ରିତ ହେବାକୁ କହିଥିଲେ ।
ଏଥିରେ ମୁଖ୍ୟଅତିଥି ଭାବେ ସଭାପତି କିଶୋର ପଣ୍ଡା, ସମ୍ମାନିତ ଅତିଥି ଭାବେ ଥାନା ଏ.ଏସ୍.ଆଇ କିରଣ କୁମାର ବକ୍ସି, ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ପ୍ରମୋଦ କୁମାର ନାୟକ, ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସହକାରୀ ଶାଖା ପରିଚାଳକ ରାହୁଲ କୁମାର ମାଝୀ, ବିରଜା ଗୌଡ଼, ଶରତ କୁମାର ଗୌଡ଼, ଯୁବ ସମାଜସେବୀ ତଥା ସାମ୍ବାଦିକ ଏନ୍.ନୀଳମାଧବ ପାତ୍ର ଆଦି ଯୋଗଦେଇ ପ୍ରଥମ ବର୍ଷର ବିଦ୍ୟାର୍ଥୀଙ୍କୁ ଯୋଗ୍ୟତା ଅର୍ଜନକରି ସମାଜ ଉପଯୋଗୀ ହେବା ଭଳି ମୂଲ୍ୟବୋଧକ ଉପଦେଶ ଦେଇଥିଲେ । ଏଥିରେ ଅଧ୍ୟାପକ ଦିଲ୍ଲୀପ କୁମାର ବେହେରା, ଅଧ୍ୟାପିକା ଶୁଭସ୍ମିତା ନାୟକ, କ୍ଲର୍କ ନରେନ୍ଦ୍ର ବେହେରା, ପିଅନ ଶିବରାମ ସେଠୀ ଏବଂ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ସହଯୋଗ ପରିଚାଳନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।
ସୋରଡ଼ା ରୁ ନାରାୟଣ ଡାକୁଆ
