ଧନ୍ୟବାଦ ହେ ଈଶ୍ୱର
ଧନ୍ୟବାଦ ହେ ଈଶ୍ୱର
—–✍️ ଚିନ୍ମୟୀ ସାହୁ।
ଲକ୍ଷେ ପୁଅ ଥିଲେ ଘରେ
ଶୋଭା ନ ପାଏ ଅଗଣା
ଗୋଟିଏ ଝିଅରେ ଝରେ
ସେ ଘରେ ଜହ୍ନ ଜୋଛନା
ଅମୂଲ୍ୟ ହୀରା ମୋତି ଏ
ନାହିଁ ଯା’ କାହିଁ ତୁଳନା
ଖୁସିରେ ଭଣ୍ଡାର ସତେ
ସୁଖ ଯା’ କଳି ହୁଏନା।
କୁଆଁରୀ ବେଶରେ ଯେବେ
ପୂଜେ ମୋ ମୋ ଘର ଚଉରା
ହୁଳହୁଳି ଶଙ୍ଖନାଦେ
ସତେ କି ପେଟ ପୂରେନା।
ପାଦରେ ଅଳତା ନାଇ
ମେହେନ୍ଦି ବୋଳି ହାତରେ
ସଜେଇ ହୁଏ ଲାଜେଇ
ଆହା କି ସୁଖ ଶୋଭାରେ।
ସାର୍ଥକ ଲଭେ ପିତୃତ୍ୱ
-ମାତୃତ୍ୱର କୃତାର୍ଥ ହୁଏ
ଭାଇର ଜୀବନ ସତେ
ସେ ହସରେ ଲୁଚିଥାଏ।
ବିଭୁ ପାଦେ ଅଳି ଖାଲି
ହୁଅନ୍ତୁ ସାହା ତାହାଙ୍କୁ
ଜନମ ତାଙ୍କର ପରା
ସୁଖ- ସେବା ବାଣ୍ଟିବାକୁ।
ସେ ଥିଲେ ମିଳେ ପୂର୍ଣ୍ଣତା
ସମାଜ ପରିବାରକୁ
ଧନ୍ୟବାଦ ହେ ଈଶ୍ୱର
ତୁମର ଏ ରଚନାକୁ।
ମୂଳିସିଂ, ସହର
ଜଗତସିଂହପୁର।
