ପୁରୀ ଜିଲ୍ଲା ରୁ ମାଟି କଳସ ଦିଲ୍ଲୀ ପଠାଗଲା

ପୁରୀ ଜିଲ୍ଲା ରୁ ମାଟି କଳସ ଦିଲ୍ଲୀ ପଠାଗଲା।ପୁରୀ ୨୭/୧୦ ପୁରୀ ଜିଲ୍ଲାରୁ ମେରା ମାଟି ମେରା ଦେଶ ଯୋଜନା ଆଧାର ରେ ସମସ୍ତ ୧୧ ଗୋଟି ବ୍ଲକ ରୁ ସଂଗୃହିତ ମାଟି କୁ ଦିଲ୍ଲୀ ପଠାଯାଇଛି।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ଅମୃତ କଳସକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ ଓ ନେହେରୁ ଯୁବ କେନ୍ଦ୍ର ର ସ୍ୱଛାସେବୀ ବାସୁଦେବ ସେନାପତି ଙ୍କୁ ହସ୍ତାନ୍ତର କରିଥିଲେ।ଏହି କଳସ ଭୁବନେଶ୍ୱର ରେ ପହଞ୍ଚିବା ପରେ ଆଜି ଅପରାହ୍ନ ରେ ଏକ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ପ୍ରେରଣ କରାଯିବ।ଓଡ଼ିଶାର ସମସ୍ତ ବ୍ଲକ ରୁ ସଂଗୃହିତ ମାଟି କଳସ ଜିଲ୍ଲା ଅନୁସାରେ ସ୍ୱତନ୍ତ୍ର ଅଧିକାରୀ ମାନଙ୍କ ମାଧ୍ୟମରେ ଦିଲ୍ଲୀ ପଠାଯାଉଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସମାଜସେବୀ ବଦ୍ରି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *