ପଥ ଉତ୍ସବ ଏବଂ ୱାକଥନ’ କାର୍ଯ୍ୟକ୍ରମ
ବାଲିଗୁଡା ‘ପଥ ଉତ୍ସବ ଏବଂ ୱାକଥନ’ କାର୍ଯ୍ୟକ୍ରମ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକବାଲିଗୁଡା, ତା- ୨୭. ୧୦. ୨୦୨୩ମୁଖ୍ୟ ନିର୍ବାଚନ ଅଧ୍ଵକାରୀ, ଓଡି଼ଶାଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ ଅଭିଯାନ ମାଧ୍ୟମରେ ଉପଖଣ୍ଡର ଯୁବଗୋଷ୍ଠୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଜ୍ଜ୍ୱଳିତ କରିବା ନିମନ୍ତେ ବାଲିଗୁଡା ଉପଖଣ୍ଡ ପ୍ରଶାସନ ଅଗାମି ୨୮.୧୦.୦୨୩ ତାରିଖ ସକାଳ ୭ ଘଟିକା ୩୦ ମିନିଟ୍ ସମୟରେ ଏକ “ପଥ ଉତ୍ସବ ଏବଂ ୱାକଥନ” କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଅଛି । ଯୁବଗୋଷ୍ଠୀକୁ ମତଦାନ ଅଧିକାର ବିଷୟରେ ସଚେତନ କରିବା ଏବଂ ସେମାନଙ୍କୁ ଦେଶର ଜଣେ ଦାୟିତ୍ଵବାନ ନାଗରିକ ହେବା ପାଇଁ ସ୍ଥାନୀୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କଳାକାରଙ୍କ ଦ୍ବାରା ନାଚ, ଗୀତ, ପଥପ୍ରାନ୍ତ ନାଟକ, ରଙ୍ଗେଲି, ଚିତ୍ରାଙ୍କନ ଏବଂ ରାଲି ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଯିବ ।ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ଗତକାଲି ଅର୍ଥାତ ୨୫.୧୦. ୨୦୨୩ ତାରିଖ ସାନ୍ଧ୍ୟ ୦୪.୦୦ ଘଟିକା ସମୟରେ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । “ପଥ ଉତ୍ସବ ଏବଂ ୱାକଥନ” କାର୍ଯ୍ୟକ୍ରମରେ ଅଧିକ ମାତ୍ରାରେ ଛାତ୍ରଛାତ୍ରୀଙ୍କ ଯୋଗଦାନ ସହିତ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବୈଠକରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।ବୈଠକରେ ସ୍ଥାନୀୟ ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଆଦିବାସୀ ମହାବିଦ୍ୟଳୟର ଅଧ୍ୟକ୍ଷ, ଏନ.ଏସ.ଏସ. ଅଫିସର, ଉପଖଣ୍ଡ ଚିକିତ୍ସା ଅଧିକାରୀ, ଅଗ୍ନିଶମ ବିଭାଗୀୟ ଅଧିକାରୀ, ବନବାସୀ ସେବା ସମିତିର ଅଧ୍ଯକ୍ଷ, ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସମେତ ଉପଖଣ୍ଡ କଳାକାର ସଙ୍ଘର ସଭାପତି ଏବଂ ସମ୍ପାଦକ ଉପସ୍ଥିତ ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୂପକ କୁଜୁର ଏବଂ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା କାର୍ଯ୍ୟକ୍ରମର ରୂପରେଖ ତଥା କାର୍ଯ୍ୟସୂଚୀ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ ।
