କାର୍ତ୍ତିକ ରେ ମଧ୍ୟ ଜାରି ରହିଛି କ୍ରିମିନାଲଙ୍କ ଉପରେ ଚଢ଼ାଉ

କାର୍ତ୍ତିକ ରେ ମଧ୍ୟ ଜାରି ରହିଛି କ୍ରିମିନାଲଙ୍କ ଉପରେ ଚଢ଼ାଉ**ବିଷୟ : ୩ ଆକ୍ରମଣ ଏବଂ ଦାଦାବଟି ମାମଲାରେ ୩ ଅଭିଯୁକ୍ତ ଗିରଫ*ପୁରୀ ଟାଉନ ଥାନା ପୋଲିସ ପକ୍ଷରୁ ତିନି ଭିନ୍ନ ଭିନ୍ନ ଫୌଜଦାରୀ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ଆପତ୍ତି ଜନକ ସାମଗ୍ରୀ, ବ୍ୟବହୃତ ଗାଡ଼ି ଓ ମୋବାଇଲ ଫୋନ୍ ଜବତ କରାଯାଇଛି ।*୧. ଗଛକାଳୀ ରାସ୍ତାରେ ଅଟୋ ଚାଳକ କୁ ଆକ୍ରମଣ ଓ ବଟି ନେବା ମାମଲା:*(କେସ ନମ୍ବର -୭୩୧/୨୦୨୬)ଗତ ତା ୨୪.୧୦.୨୬ ରିଖ ରେ ଗଛକାଳୀ ରାସ୍ତାରେ ଅଟୋ ଚାଳକ କୁ ଅଟକାଇ ମାଡ଼ ମାରି ୫୨୦/- ଟଙ୍କା ଛଡାଇ ନେବା ଘଟଣା ରେ ଟାଉନ୍ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ରାଜା ସ୍ଵାଇଁ କୁ ବାଲିସାହି ରୁ ଗିରଫ କରିଛି। ତା ଠାରୁ ଛଡାଇ ଥିବା ୫୨୦/- ଟଙ୍କା ଜବତ୍ କରାଯାଇ ଅଟୋ ଚାଳକ କୁ ଜିମା ଦିଆଯାଇଛି ।

*୨. ମରିଚକୋଟ ଛକ ରେ ବିଳମ୍ବିତ ରାତିରେ ଅଟୋ ଚାଳକ କୁ ଆକ୍ରମଣ ମାମଲା:* ( କେସ୍ ନମ୍ବର -୭୩୨/୨୬)ଗତ ୨୪.୧୦.୨୬ ବିଳମ୍ବିତ ରାତିରେ ମରିଚକୋଟ୍ ଛକ ଠାରେ ଅଟୋ ସହ ଏକ ସ୍କୁଟି ର ଧକ୍କା ହେବାରୁ, ସ୍କୁଟି ଚଳାଉଥିବା ବ୍ୟକ୍ତିଙ୍କ ଆକ୍ରମଣ ରେ ଅଟୋ ଚାଳକଙ୍କର ଅଣ୍ଟାରେ ଆଘାତ ଲାଗି ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ। ଗତ କାଲି ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଟାଉନଥାନା ପୋଲିସ ଚୁଡଙ୍ଗସାହୀ ଅଞ୍ଚଳରୁ ଅଭିଯୁକ୍ତ ସନ୍ତୋଷ ବେହେରା @ ଷଣ୍ଢ (୨୫) କୁ ଗିରଫ କରିଥିଲା। ଅଭିଯୁକ୍ତ ର ସ୍କୁଟି ଗାଡ଼ିଟି ମଧ୍ୟ ଜବତ କରାଯାଇଛି।

*୩. ଭଲପାଇବା ରେ ବିଫଳ ହୋଇ ପ୍ରେମିକ ପ୍ରେମିକା ଘରେ ଗଣ୍ଡଗୋଳ କରିବା ମାମଲା:* ( କେସ୍ ନମ୍ବର -୭୩୫/୨୦୨୬)ଗତକାଲି ସନ୍ଧ୍ୟାରେ ଚୁଡ଼ଙ୍ଗ ସାହି ଅଞ୍ଚଳ ର ଯୁବକ ସାଗର କୁମାର ସାହୁ (୨୪), ବାଲିସାହି ସୋଲାଖିଆ ବରଗଛ ପାଖରେ ସେ ପୂର୍ବରୁ ଭଲପାଉଥିବା ଝିଅ ଘରକୁ ଯାଇ ଗଣ୍ଡଗୋଳ କରିବା, ଝିଅ ର ବାପ-ଭାଇ କୁ ଗାଳି କରିବା, ବାଡ଼େଇବା ଘଟଣାର ଆସାମୀ କୁ ଟାଉନ୍ ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଚୁଡ଼ଙ୍ଗ ସାହି ଅଞ୍ଚଳରୁ ଗିରଫ କରିଥିଲା।ସମସ୍ତ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. ପୁରୀଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ମାତ୍ର ସେମାନେଙ୍କର ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *