ହିରୋ ମୋଟୋକର୍ପର ଇଲେକ୍ଟ୍ରିକ୍ ସ୍କୁଟର ‘ଭିଡ଼ା’ର ପୁରୀ ବଜାର ପ୍ରବେଶ

ପୁରୀ,୨୭ା୧୦: ଟାଉନ ହଲ୍ ଛକସ୍ଥିତ ହିରୋ ମୋଟୋକର୍ପର ଅଧିକୃତ ଶୋ’ରୁମ୍ ସଞ୍ଜୀବ ହିରୋରେ ନୂଆ ଇଲେକ୍ଟିକ୍ ସ୍କୁଟର ‘ଭିଡ଼ା’ ପୁରୀ ବଜାରକୁ ପ୍ରବେଶ କରିଛି । ଏଥିପାଇଁ ଶୋ’ ରୁମ୍‌ରେ ସ୍ୱତନ୍ତ୍ର ମେଗା ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିଲା । ସଞ୍ଜୀବ ହିରୋର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଅମିତ୍ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ହିରୋ ମୋଟୋକର୍ପର ଏରିଆ ମ୍ୟାନେଜର ହର୍ଷବର୍ଦ୍ଧନ, ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ରବୀନ ପଟ୍ଟନାୟକ, ଟେରୀଟୋରି ମ୍ୟାନେଜର ଚନ୍ଦ୍ରଶେଖର ତ୍ରିପାଠୀ, ବିଶିଷ୍ଟ ସମାଜସେବୀ ତଥା ଉଦ୍ୟୋଗପତି ଦେବାଶିଷ କୁମାର ଅତିଥି ଭାବେ ଯୋଗଦେଇ ନୂଆ ସ୍କୁଟର ଉନ୍ମୋଚନ କରିଥିଲେ । ଏହି ମେଗା ଉନ୍ମୋଚନ ଉତ୍ସବର ସ୍ୱତନ୍ତ୍ର ଆକର୍ଷଣ ଥିଲେ ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ । ସେ ଏହି ଇଲେକ୍ଟ୍ରିକ ସ୍କୁଟରର ବଜାର ପ୍ରବେଶ କରାଇଥିଲେ ।ବର୍ତ୍ତମାନ ବାଇକ୍ ଅପେକ୍ଷା ସ୍କୁଟରର ଚାହିଦା ବଢିଲାଣି । ବିଶେଷକରି ଯୁବଗୋଷ୍ଠୀ, କଲେଜ ଛାତ୍ରଛାତ୍ରୀ ମଧ୍ୟ ସ୍କୁଟର ଚଲାଇବାକୁ ଆଗ୍ରହ ପ୍ରକାଶ କଲେଣି । ସୁସ୍ଥ ପରିବେଶ ପାଇଁ ଇଲେକ୍ଟ୍ରିକ୍ ସ୍କୁଟର ଏବେ ସବୁବର୍ଗଙ୍କ ପସନ୍ଦ ପାଲଟିଛି । ଏହାକୁ ନଜରରେ ରଖି ବିଭିନ୍ନ କମ୍ପାନୀର ଆକର୍ଷଣୀୟ ସ୍କୁଟର ବଜାରରେ ଉପଲବ୍ଧ ହେଲାଣି । ଇଲେକ୍ଟ୍ରିକ୍ ସ୍କୁଟର ପ୍ରତି ଚାହିଦାକୁ ଦେଖି ହିରୋ ମୋଟୋକର୍ପ ଜବରଦସ୍ତ ଫିଚର ସହ ‘ଭିଡ଼ା’କୁ ବଜାରକୁ ଛାଡିଛି । ଏହି ସ୍କୁଟରର ଡୁଆଲ ବ୍ୟାଟେରୀ (ଯାହାକୁ ସହଜରେ ଅପସାରଣ କରିହେବ) ରହିଛି । ଲିଥିୟମ ଆୟନଯୁକ୍ତ ୨ଟି ଯାକ ବ୍ୟାଟେରୀ ସମ୍ପୂର୍ଣ୍ଣ ଚାର୍ଜରେ ୧୧୦ କିମି ଯାଇପାରିବ । ଗୋଟିଏ ବ୍ୟାଟେରୀ କାଢି ଚାର୍ଜରେ ବସାଇ ଅନ୍ୟଟିରେ ୫୫ କିମି ଯାତ୍ରା କରିପାରିବେ । ଅନ୍ୟାନ୍ୟ ଫିଚର ମଧ୍ୟରେ ଜିପିଏସ୍ ଟ୍ରାକିଂ, ଡିସ୍‌ପ୍ଲେରେ ଡାଟା ଷ୍ଟୋରେଜ, ୨୬ ଲିଟର କ୍ଷମତା ବିଶିଷ୍ଟ ଲଗେଜ କ୍ୟାରିୟର, ୪ଟି ମୋଡ୍ (ଇକୋ, ରାଇଡ୍‌, ସ୍ପୋର୍ଟ୍ସ ଓ କଷ୍ଟମ), ଏଲ୍‌ଇଡି ହେଡ୍ ଲାଇଟ୍‌, ଏସ୍‌ଓଏସ୍ ସିଷ୍ଟମ, ହାଜାର୍ଡ ଇଣ୍ଡିକେଟର, ସ୍ପିଡ୍ କଣ୍ଟ୍ରୋଲ, ଆଲର୍ଟ ସିଷ୍ଟମ, କ୍ରୁଜ୍ କଣ୍ଟ୍ରୋଲ, ଫାଷ୍ଟ ଚାର୍ଜିଂ ଭଳି ଅତ୍ୟାଧୁନିକ ସୁବିଧା ରହିଛି । ଏହା ବର୍ତ୍ତମାନ ୫ଟି (ସିଆନ ବ୍ଲୁ, ବ୍ଲାକ, ରେଡ୍‌, ହ୍ୱାଇଟ୍ ଓ ଅରେଞ୍ଜ) ରଙ୍ଗରେ ଉପଲବ୍ଧ । ଏହି ସ୍କୁଟରର ଏକ୍ସ ଶୋ’ରୁମ୍ ମୂଲ୍ୟ ୧,୪୫,୯୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର୍ ରଖାଯାଇଛି । ତେବେ ଏହି ଇଲେକ୍ଟ୍ରିକ୍ ସ୍କୁଟର ‘ଭିଡ଼ା’ ଗ୍ରାହକଙ୍କୁ ନିଶ୍ଚିତ ଆକୃଷ୍ଟ କରିବ ବୋଲି ଅଭିନେତ୍ରୀ ଏଲିନା କହିଛନ୍ତି ।

Leave a Reply

Your email address will not be published. Required fields are marked *