ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ -2023 ଉଦଯାପିତ

ପୂର୍ବତଟ ରେଳପଥ ପକ୍ଷରୁ ସପ୍ତାହବ୍ୟାପୀ ଆୟୋଜିତ ହେଉଥିବା ସତର୍କତା ସଚେତନତା ସପ୍ତାହ ଆଜି ଶେଷ ହୋଇଛି | ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଏବଂ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ସମସ୍ତ ବିଭାଗର ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ | ମହାପ୍ରବନ୍ଧକ ଶ୍ରୀ ଶର୍ମା ଏହି ଅବସରରେ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ପେଣ୍ଟିଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରେଳ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କ ସହିତ ବିଭିନ୍ନ ସ୍କୁଲ/କଲେଜ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସାର୍ଟିଫିକେଟ୍ ଏବଂ ପୁରସ୍କାର ପ୍ରଦାନ କରିଥିଲେ |

ସତର୍କତା ସଚେତନତା ସପ୍ତାହ -2023 କୁ ସ୍ମରଣୀୟ କରିବା ପାଇଁ ରେଳପଥର ସତର୍କତା ବିଭାଗ ପକ୍ଷରୁ କର୍ମଚାରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରିବା ତଥା ସ୍ୱଚ୍ଛତା ଆଣିବା ପାଇଁ ଏହି ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରାଯାଇଥିଲା ଯାହାକି ଭବିଷ୍ୟତରେ ସ୍ୱଚ୍ଛତା ଏବଂ ପ୍ରଭାବଶାଳୀ ସେବା ଆଣିବାରେ ସାହାଯ୍ୟ କରିବ | ପୂର୍ବତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ସଞ୍ଜୟ କୁମାର ମହାପାତ୍ର ଏହି ଉଦଯାପନୀ ଉତ୍ସବକୁ ସଂଯୋଜନା କରିଥିଲେ |

Leave a Reply

Your email address will not be published. Required fields are marked *