କଳାବୁଦା ଗାଦିରେ ଝୁଲଣ ଉତ୍ସବ ଆରମ୍ଭ
କଳାବୁଦା ଗାଦିରେ ଝୁଲଣ ଉତ୍ସବ ଆରମ୍ଭକୋଣାର୍କ – କୋଣାର୍କ ନିକଟସ୍ଥ ଓଟାଙ୍ଗ ଗ୍ରାମରେ ଥିବା ପ୍ରସିଦ୍ଧ କଳାବୁଦା ଗାଦିରେ ଝୁଲଣ ଉତ୍ସବ ଆରମ୍ଭ ହୋଇଛି। ମଠ ମହନ୍ତ ବାବାଜୀ ସୀତାରାମ ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହେଉଥିବା ଏହି ଉତ୍ସବ ୭ଦିନ ଧରି ଚାଲିବ। ଶ୍ରାବଣ ମାସର ମୌସୁମୀ ବର୍ଷା ଧାରାରେ ଆଧ୍ୟାତ୍ମିକ ଓ ଭାବାତ୍ମକ ପ୍ରେମର ଭାବ ନେଇ ଶ୍ରଦ୍ଧାଳୁ ମାନେ ଏହି ଝୁଲଣ ଉତ୍ସବ ପାଳନ କରନ୍ତି। ସୁସଜ୍ଜିତ ଦୋଳାୟମାନ ବିମାନରେ ପ୍ରେମ ଓ ଭକ୍ତିର ପ୍ରତୀକ ପ୍ରଭୂ ଶ୍ରୀକୃଷ୍ଣ ଓ ରାଧା ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଏ। ଶ୍ରଦ୍ଧାଳୁ ମାନେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଦୋଳାୟମାନ ଝୁଲାରେ ଅବସ୍ଥାନ କରିଥିବା ରାଧା କୃଷ୍ଣ ଙ୍କୁ ଝୁଲାଇ ଥାଆନ୍ତି। ନିଜର ଭାବ ଭକ୍ତି ସହ ନିଜର ମନୋ କାମନା ପୂରଣ ପାଇଁ ଏଠାରେ ପ୍ରାର୍ଥନା କରନ୍ତି। ଏଠାରେ ଦୈନିକ ସଂଧ୍ୟାରେ ଭଜନ, ଜଣାଣ ଓ କୀର୍ତ୍ତନ ସମାବେଶ ଜାରୀ ରହିବ ବୋଲି ମହନ୍ତ ପ୍ରକାଶ କରିଛନ୍ତି। ଏହି ଉତ୍ସବକୁ ଓଟାଙ୍ଗ ଓ ନିକଟ ଗ୍ରାମବାସୀ ମାନେ ମିଳିତ ଭାବେ ସହଯୋଗ କରନ୍ତି।
