ପ୍ରତି ପଞ୍ଚାୟତ କୁ ମିଳିଲା 50 ଲକ୍ଷ୍ୟ ,କେସିଙ୍ଗା ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
କେସିଙ୍ଗା ୩/୧୧ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥିତ ମିନି ଷ୍ଟାଡିୟମରେ ପରିସରରେ ଆଜି ହଜାର ହଜାର ମିଶନ ଶକ୍ତି ମହିଳା ଓ ଜନସାଧାରଣ ଙ୍କ ଉପସ୍ଥିତିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ସୂଚନା ଅନୁଯାୟୀ ଚଳିତ ୩ ତାରିଖରୁ ସମଗ୍ର କଳାହାଣ୍ଡି ଜିଲ୍ଲାରେ ୧୫୫ କୋଟି ଟଙ୍କା ବ୍ୟୟରେ ୪ ହଜାର ୬୭୮ ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ର ଶୁଭାରମ୍ଭ କରାଯାଇଛି। କେସିଙ୍ଗା ରେ ଅନୁଷ୍ଟିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ପ୍ରଥମେ ନର୍ଲା ନିର୍ବାଚନ ମଣ୍ଡଳୀ ର ସିର୍ଜାପାଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରମୋଦ ଦାସ ନିଜର ଅଭିଭାଷଣ ପ୍ରଦାନ କରି ଥିଲେ ।କଳାହାଣ୍ଡି ଜିଲ୍ଲାର ଉନ୍ନତି ର ସାରଥି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଭିନ୍ନ ପ୍ରକଳ୍ପ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଦ୍ୱିତୀୟ ପର୍ଯ୍ୟାୟରେ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ନିଜ ଅଭିଭାଷଣରେ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ପ୍ରତି ଗ୍ରାମ ପଂଚାୟତ ର ଗାଆଁ ଗାଆଁ ରେ ଜଗନ୍ନାଥ ସଂସ୍କୃତି ର ପ୍ରସାର ବିଭିନ୍ନ ଐତିହାସିକ ସ୍ଥଳୀର ବିକାଶ,କ୍ରୀଡାର ବିକାଶ,ଶିକ୍ଷା ର ବିକାଶ ସହିତ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳା ମାନଙ୍କ ସଶକ୍ତିକରଣ କରିବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିବା ସହ ମୁଖ୍ୟ ମନ୍ତ୍ରୀ ଓ 5ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ କେସିଙ୍ଗା ବ୍ଲକ ର ୨୬ ଗୋଟି ଗ୍ରାମ ପଂଚାୟତ କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ୨୬ ଟି ଗ୍ରାମ ପଂଚାୟତ ର ପ୍ରାୟ ୬ ହଜାର ମିଶନ ଶକ୍ତି ମା ଭଉଣୀ ମାନେ ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର,କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ,କେସିଙ୍ଗା ନଗର ପାଳ ନୃପ ରାଜ ଯାଦବ,ବିଜେଡି ନେତା ଦୁଷ୍ମନ୍ତ ନାଏକ,ସରପଞ୍ଚ ସଂଘ୍ ସଭାପତି ସୁବୋଧ ରଣା,କେସିଙ୍ଗା ବିଜେଡି ନଗର ସଭାପତି ରମେଶ ପଟ୍ଟନାୟକ,ବ୍ଲକ୍ ର ସମସ୍ତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।କେସିଙ୍ଗା ଆଦର୍ଶ ଥାନା ପକ୍ଷ ରୁ ନିଜେ ଥାନା ଅଧିକାରୀ ଓ ତାଙ୍କ ଟିମ୍ ଉପସ୍ଥିତ ରହି ଅତିସୁନ୍ଦର ଭାବରେ ଶାନ୍ତି ଶୃଙ୍ଖଳା ର ସହ କାର୍ଯ୍ୟକ୍ରମ କୁ ସମାପନ କରିଥିଲେ ।
କେସିଙ୍ଗା – ମହେଶ୍ୱର ମାଝୀ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ।
