ବିଜୁ ପଟ୍ଟନାୟକ ସ୍ନାତକ ଡିଗ୍ରୀ କଲେଜରେ ଦୁର୍ନୀତି ନିବାରଣ ସଚେତନତା ଅଭିଯାନ
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଶ୍ରମ ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସ୍ନାତକ ଡିଗ୍ରୀ କଲେଜରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ କୁ ନେଇ ମହାବିଦ୍ୟାଳୟ ରେ ଏକ ବକୃତା ପ୍ରତିଯୋଗିତା କରାଯାଇ ଥିଲା । ଜଗତସିଂହପୁର ୟୁକୋ ବ୍ୟାଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରଦୀପ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କଲେଜ ପରିଚାଳନା କମିଟିର ସଭାପତି ଡ଼ା ରମେଶ ଚନ୍ଦ୍ର ବେହେରା, ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ପ୍ରତିଶ ମହାନ୍ତି, ଅଧ୍ୟାପକ ପ୍ରଦ୍ୟୁମ୍ନ ସାହୁ ଓ ବିପିନି ବିହାରୀ ପାତ୍ର ପ୍ରମୁଖ ଯୋଗ ଦେଇ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଦୁର୍ନୀତି ନିବାରଣ କୁ ଆୟୋଜିତ ବକୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ୟୁକୋ ବ୍ୟାଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।
ଜଗତସିଂହପୁର ରୀତା ସାହୁ reporter
