ମହାଆଡମ୍ବର ସହିତ ସାମ୍ବାଦିକ ସମ୍ମିଳନୀ
ମହାଆଡମ୍ବର ସହିତ ସାମ୍ବାଦିକ ସମ୍ମିଳନୀ, ପ୍ରଜାପିତା ବ୍ରହ୍ମା କୁମାରୀର ଜଟଣୀ ସେବାକେନ୍ଦ୍ରରେ।ଜଟଣୀ:ଜଟଣୀରେ ବ୍ରହ୍ମା କୁମାରୀ ସେବାକେନ୍ଦ୍ରର ଭାଇ,ଭଉଣୀମାନଙ୍କ ଆନୁକୁଲ୍ଯରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଜାପିତା ବ୍ରହ୍ମା କୁମାରୀ ତରଫରୁ ବହିରାଗତ ଭାଇ,ଭଉଣୀମାନଙ୍କ ସମ୍ମିଳିତରେ ଆଲୋଚନା ମାଧ୍ୟମରେ ଐଶ୍ବରୀୟ ଭାବଧାରାର ଆଲୋକପାତ କରାଇଥିଲେ। ସେହି ଭାଇ,ଭଉଣୀ ମାନେ ହଲେ ବ୍ରହ୍ମା କୁମାର ଜୟକୃଷ୍ଣ ଭାଇ, ଖୋର୍ଦ୍ଧା, ବ୍ରହ୍ମା କୁମାରୀ ମିନତୀ ଭଉଣୀ, ଅନୁଗୁଳ, ବ୍ରହ୍ମା କୁମାର କେଦାରନାଥ ଭାଇ, ମାଉଣ୍ଟ ଆବୁ, ବ୍ରହ୍ମା କୁମାର ଅଖିଳ ଭାଇ, ମାଉଣ୍ଟ ଆବୁ, ବ୍ରହ୍ମା କୁମାର ଅଶୋକ ଭାଇ, ଜଟଣୀ, ପ୍ରବୃତ୍ତି ଯୋଗଦେଇ ସାମ୍ବାଦିକ ସମ୍ମିଳନୀ ମାଦ୍ଧ୍ୟମରେ ନିଜର ବାର୍ତ୍ତାର ଆଲୋକପାତ କରାଇଥିଲେ। ବାର୍ତ୍ତାର ଉଦ୍ଦେଶ୍ଯ ଥିଲ, ୧୯୭୩ ମସିହାରେ ବରିଷ୍ଠ ରାଜଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର କମଲେଶ ଭଉଣୀ, ଉତ୍କଳ ଧରଣୀରେ ସର୍ବ ପ୍ରଥମେ ପ୍ରଜାପିତା ବ୍ରହ୍ମା କୁମାରୀ, ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସ୍ଥାପନା କାର୍ଯ୍ୟରେ ଯେଉଁ ଆଧ୍ୟାତ୍ମିକ ସେବା ପ୍ରଦାନ କରିଥିଲେ ତାହାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ନଭେମ୍ବର ୫ ତାରିଖ ରବିବାର ଦିବା ୧୦ ଘଟିକା ସମୟରେ ଜଟଣୀ ସ୍ଥିତ ଅଗ୍ରୱାଲ ଧର୍ମଶାଳା ପ୍ରାଙ୍ଗଣରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ମହା ମହାସମାରୋହରେ ପାଳନ କରାଯିବ । ଏଥରେ ମୁଖ୍ୟ ପ୍ରବକ୍ତା ଭାବରେ ଆଦରଣୀୟା ସମ୍ମାନନିୟା କମଲେଶ ଭଉଣୀ ଆଶୀର୍ବଚନ ପ୍ରଦାନ କରିବେ । ତତ ସହିତ ବ୍ରହ୍ମା କୁମାରୀ ସୁଲୋଚନା ଭଉଣୀ, ଅତିରିକ୍ତ ନିର୍ଦେଶିକା କଟକ ଉପକ୍ଷେତ୍ର, ଶ୍ରୀଯୁକ୍ତ ଦେବବ୍ରତ ସ୍ବାଇଁ, ମାନ୍ୟବର ଲୋକଯୁକ୍ତ ଉଦ୍ଘାଟକ ଭାବରେ ଯୋଗଦାନ କରିବେ, ଅପରାଜିତା ଷଡଙ୍ଗୀ, ମାନ୍ୟବର ସାଂସଦ, ଭୁବନେଶ୍ବର ମୁଖ୍ୟଅତିଥ୍ ଭାବରେ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ମାନ୍ୟବର ବିଧାୟକ ଜଟଣୀ,ଶ୍ରୀଯୁକ୍ତ ଅରବିନ୍ଦ ଢାଲୀ, ମାନ୍ୟବର ବିଧାୟକ, ଜୟଦେବ, ହର୍ବିନ୍ଦର ସିଂ ବାଜ୍ୱା, ଖୋର୍ଦ୍ଧାରୋଡ ମଣ୍ଡଳ ପ୍ରବନ୍ଧକ, ପୂର୍ବତଟ ରେଲୱେ, ଶ୍ରୀଯୁକ୍ତ ଅରୁଣ କୁମାର ପଣ୍ଡା, ବରିଷ୍ଟ ସାମ୍ବାଦିକ ଓ ସମାଜସେବୀ ଯୋଗଦାନ କରିବା ସହିତ ଶୁଭେଚ୍ଛା ପ୍ରଦାନ କରିବେ ଏଥ୍ସହିତ ଭାରତର ବିଭିନ୍ନ ରାଜ୍ୟରୁ ବ୍ରହ୍ମା କୁମାରୀ ଭାଇ ଭଉଣୀ ମାନେ ଏହି କାୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାପାଇଁ ଜଟଣୀ ବଡବାଜରସ୍ଥିତ ବ୍ରହ୍ମା କୁମାରୀ ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ଜ୍ୟୋତି ଭଉଣୀ ନିମନ୍ତ୍ରଣ ଜଣାଉଛନ୍ତି।
