ଜିଲ୍ଲା ସ୍ତରୀୟ ମହାଉତ୍ସବ ଶିଶୁ ମହକ୍ ୨୦୨୩ ସହିଦ ସ୍କୃତିଭବନ ରେ ପାଳିତ ହୋଇ ଯାଇଛି

ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ ସେମାନଙ୍କ ନିକଟରେ ବହୁ ପ୍ରତିଭା ଲୁଚି ରହିଛି ସେହି ଲୁକ୍କାୟିତ ପ୍ରତିଭାର ବିକାଶ କରିବାକୁ ରାଜ୍ୟ ଘରୋଇ ବିଦ୍ୟାଳୟ ମହାସଂଘ ଓ ଲାୟନ୍ସ କ୍ଲବ ସହଭାଗିତାରେ” ମହକ” କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି ସ୍ଥାନୀୟ ଟାଉନହଲ ପରିସର ରେ ଆଯୋଜିତ ମହକକୁ ରାଜ୍ୟ ଘରୋଇ ବିଦ୍ୟାଳୟ ମହାସଂଘ ର ସଭାପତି ଅଶୋକ କୁମାର ମହାନ୍ତି, ସଂପାଦକ ପ୍ରହ୍ଲାଦ କର ,ଲାୟନ୍ସ କ୍ଲବ ପିଡିଜି ପ୍ରକାଶ କୁମାର ଜେନା, ଜିଏମଟି ଶୁଭ ପ୍ରକାଶ ନାୟକ, ଏସସିସି, ସରୋଜ ଦାସ, ପ୍ରକାଶ ଚନ୍ଦ୍ର ସେନ,,ସନ୍ତୋଷ କୁମାର ଦାସ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୁନି କୁନି ପିଲାଙ୍କ ଭିତରେ ଥିବା ବିଭିନ୍ନ ପ୍ରତିଭାର ବିକାଶ ପାଇଁ ଉତ୍ସାହିତ କରିଥିଲେ ସରକାରୀ ସ୍କୁଲ ରେ ପାଠ ପଢୁଥିବା ପିଲାମାନେ ରାଜ୍ଯ ସ୍ତରୀୟ ଉତ୍ସବ ସୁରଭି ସମେତ ଅନ୍ଯ କାର୍ଯ୍ୟକ୍ରମ ରେ ସୁଯୋଗ ପାଉଛନ୍ତି ଘରୋଇ ସ୍କୁଲ ପିଲାମାନେ ଏଥିରୁ ବଞ୍ଚିତ ହୋଇଥିବାରୁ ଆମର ଏହି ମହକ କାର୍ଯ୍ୟକ୍ରମ ର ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି କହିଛନ୍ତି, ନର୍ସରୀ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଆଜି ଛାତ୍ର ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମ ରେ ଭାଗନେଇ ଥିଲେ ୩୪ଟି ବିଦ୍ୟାଳୟର ପିଲାମାନେ ନୃତ୍ଯ, ବକୃତା,ହସ୍ତାକ୍ଷର, ଚିତ୍ରାଙ୍କନ, ଗୀତ ,ମେଜିକ, ସୋ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଶ୍ରେଷ୍ଠ କୃତି ପ୍ରତିଯୋଗି ଙ୍କୁ ଶେଷ ରେ ପୁରସ୍କାର ବିତରଣ କରାଯାଇଥିଲା

Punil Kumar Samanta reporter

Leave a Reply

Your email address will not be published. Required fields are marked *