ଜିଲ୍ଲା ସ୍ତରୀୟ ମିଲେଟ ଓ ଶିଶୁ ମହୋତ୍ସବ “ସୁରଭି ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି
.କନ୍ଧମାଳ ଜିଲ୍ଲା ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ଅନ୍ତର୍ନିହିତ କଳା ଓ ବିଭିନ୍ନ ଲୁକ୍କାୟିତ ପ୍ରତିଭାକୁ ପ୍ରତିଯୋଗିତା ମାଧ୍ୟମରେ ଗ୍ରାମାଞ୍ଚଳରୁ ରାଜ୍ୟ ସ୍ତରକୁ ପହଞ୍ଚେଇବା ପାଇଁ ରାଜ୍ୟ ସରକାର ଏକ ଅଭିନବ ସୁରଭି କାର୍ଯ୍ୟକ୍ରମ କରିଛନ୍ତି ।ଆଜି ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ବାଲିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ “ସୁରଭି” ମିଲେଟ କଳା ଶିଶୁ ମହୋତ୍ସବ ପ୍ରତିଯୋଗିତାର ଅନୁଷ୍ଠିତ ହେଇଛି ।ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କନ୍ଧମାଳ ନନ୍ଦିନୀ ମଲିକ ,ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣୀ କହଁର ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କୁ ନିଜ ଭିତରେ ଲୁକାୟିତ ପ୍ରତିଭା କୁ ଗ୍ରାମ ରୁ ଜିଲ୍ଲା ଏବଂ ରାଜ୍ୟସ୍ତରରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ l ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ନିଜର ପ୍ରତିଭା, କଳାକୁ ପ୍ରଦର୍ଶନୀ କରି ରାଜ୍ୟ ସ୍ତରୀୟ ପହଂଚାଇବା ନିମନ୍ତେ ପ୍ରେରଣା ଯୋଗାଇ ଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ତୁଷାର କାନ୍ତ ସାମଲ ନିଜର ବକ୍ତବ୍ୟ ରେ ମାଣ୍ଡିଆ କିପରି ଆମ ଶରୀର ନିମନ୍ତେ ଉପାଦେୟତା ଏବଂ ତାହା ବିଷୟରେ ପୁଙ୍ଖାନୁପୁଙ୍ଖ ମାଣ୍ଡିଆ ଉପକାରିତା ବିଷୟରେ ଜଣାଇଥିଲେ ଏବଂ ମାଣ୍ଡିଆ ଫୂଡ଼ ଅଧିକ ମାତ୍ରାରେ ଖାଦ୍ୟରେ ବ୍ୟବହାର କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ lଟିକାବାଲି ଡିଆଇଇଟି ଅଧ୍ୟାପକ ବାମଦେବ ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିରୂପମା ଦୋରା , ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଲିଗୁଡ଼ା ମହେଶ୍ୱର ମାଝୀ ଏବଂ ବାରଗୋଟି ବ୍ଲକରୁ ଶିକ୍ଷା ଅଧିକାରୀ,ସରକାରୀ ଉଚ୍ଚବିଦ୍ୟାଳୟ ବାଲିଗୁଡ଼ା ପ୍ରଧାନ ଶିକ୍ଷକ ମଦନ ସୁନ୍ଦର ନାୟକ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାଲିଗୁଡ଼ା ପ୍ରଧାନ ଶିକ୍ଷୟତ୍ରୀ ଜିଲ୍ଲାର ପ୍ରତ୍ୟେକ ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତି ରହିଥିବା ଦେଖିବାକୁ ମିଳିଛି କାର୍ଯ୍ୟକ୍ରମ ର ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ପ୍ରଦୀପ ପ୍ରଜ୍ବଳନ ଓ ସ୍ୱାଗତ ସଙ୍ଗୀତ ପୂର୍ବକ ସଭା ଆରମ୍ଭ ହୋଇଥିଲା l ପୂର୍ବାହ୍ନ ଅଧିବେଶନରେ ଜିଲ୍ଲା ସ୍ତରରୁ ଆସିଥିବା ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ମେଧାବୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଭାଗ ନେଇଥିବା କୃତିତ୍ୱ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ନାନ୍ୱିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଶେଷରେ ଉପସ୍ଥିତ ସମସ୍ତ ମାନ୍ୟ ଗଣ୍ୟ ବ୍ୟକ୍ତି ଏବଂ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଅର୍ପଣ କରି ବାଲିଗୁଡ଼ା ଶିକ୍ଷା ଅଧିକାରୀ ଶ୍ରୀ ମହେଶ୍ୱର ମାଝୀ ସଭାଟିକୁ ସାଙ୍ଗ କରି ଥିଲେ l.
