ଜଗତସିଂହପୁର ଜିଲ୍ଲାର ସମୁଦ୍ର ଉପକୂଳ ବର୍ତ୍ତି ବିଭିନ୍ନ ସ୍ଥାନରେ ବିଶ୍ୱ ସୁନାମୀ ଦିବସ ପାଳିତ

ଆଜି ବିଶ୍ଵ ସୁନାମୀ ଦିବସ ସୁନାମି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ, କିନ୍ତୁ ଆଗୁଆ ସତର୍କତା ଓ ନିରାକରଣ ଏହାର ଭୟାବହତାକୁ କମ କରିପାରେ। ମିଳିତ ଜାତିସଂଘ ଦ୍ବାରା ପ୍ରତିବର୍ଷ ନଭେମ୍ବର ମାସ 5 ତାରିଖ କୁ ବିଶ୍ବ ସୁନାମୀ ସଚେତନତା ଦିବସ ଭାବେ ପାଳନ କରାଯାଉଛି । ଜଗତସିଂହପୁର ଜିଲ୍ଲାରେ ଏହି ଦିବସ ପାଳନ ଅବସରରେ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଆଜି ମକ୍ ଡ୍ରିଲ୍ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଜିଲ୍ଲାର ବାଲିକୁଦା, ଏରସମା, କୁଜଙ୍ଗ ଓ ପାରାଦୀପ୍ ର 35 ଟି ଗ୍ରାମ ସୁନାମି ପ୍ରବଣ ଘୋଷଣା କରାଯାଇଛି। ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ଯଦିଓ ଜିଲ୍ଲାରେ କେବେ ଆସିନାହିଁ, କିନ୍ତୁ ଏହାର ବିପର୍ଯ୍ୟୟ ଭୟାବହତା ବିଷୟରେ ସମସ୍ତେ ଅବଗତ। ସମୁଦ୍ର ରେ ସୃଷ୍ଟି ହେଉଥିବା ଭୂମିକମ୍ପ କାରଣ ରୁ ସୁନାମି ଆସିଥାଏ ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରି ଏହା ପ୍ରସ୍ତୁତି ପାଇଁ ସମୟ ଦେଇ ନ ଥାଏ। ଏହି ମକ୍ ଡ୍ରିଲ ମାଧ୍ୟମ ରେ ସମସ୍ତେ ଏଥିରୁ ରକ୍ଷା ପାଇବା ତଥା ଅନ୍ୟକୁ ବଞ୍ଚାଇ ପାରିବାର ପ୍ରୟାସ ରେ ସାମିଲ ହୋଇପାରିବେ । – ଜିଲ୍ଲା ର ନୋଳିଆ ସାହି କୁ ସୁନାମି ରେଡି ଗ୍ରାମ ଭାବେ ଘୋଷଣା କରାଯାଇଛି ଏବଂ ଆଗକୁ ସମସ୍ତ 35 ଟି ଗ୍ରାମକୁ ଏଥିରେ ସାମିଲ କରାଯିବ । ବାଲିକୁଦା ବ୍ଲକର ବରମୁଣ୍ଡୁଳି ଗ୍ରାମ ପଞ୍ଚାୟତ ର ବଘେଇପୁର,ମରିଚପୁର ପଞ୍ଚାୟତ ର ଧନୁହରବେଲାରୀ, କୁଜଙ୍ଗ ବ୍ଲକ ପାରାଦୀପଗଡ ପଞ୍ଚାୟତ ର ଚନକଣା,ଏରସମା ବ୍ଲକ ର ପଦ୍ମପୁର ପଞ୍ଚାୟତ ର କଳା ବେଦୀ , ଓ ଗଡ଼କୁଜଙ୍ଗ ପଞ୍ଚାୟତ ର ଭୂୟାଁପାଳ ଠାରେ ମକ ଡ୍ରିଲ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ, ଓଡ୍ରାଫ୍ ଟିମ୍, ଆପଦ ମିତ୍ର, ମିଶନ ଶକ୍ତି ର ମହିଳା, ଅଗ୍ନିଶମ ବିଭାଗର କର୍ମଚାରୀ,ଅଙ୍ଗନବାଡ଼ି କର୍ମୀ,ଭାଗ ନେଇ ନିଜକୁ ଓ ଅନ୍ୟକୁ ରକ୍ଷା କରିବାର କୌଶଳ ପ୍ରଶିକ୍ଷଣ ନେଇଛନ୍ତି। ତେବେ ଜଗତସିଂହପୁର ଜିଲ୍ଲାରେ ସୁନାମୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା ପାଇବା ପାଇଁ ଏହି ପ୍ରଶିକ୍ଷଣକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଏହା ଦ୍ବାରା ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇ ପାରିବ ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *