ବାତ୍ୟା ଉଜାଡ଼ିଦେଲା ସୁନାର ଫସଲ
ତାଳଚେର ଦିନକୁ ଦିନ ବଢୁଛି ହାତୀ ମାନଙ୍କ ଉପଦ୍ରବ ଖାଦ୍ୟ ଅନେଶନରେ ଆସି ଧନ ଜୀବନ ନଷ୍ଟ କରୁଛନ୍ତି l ଦୁଇ ବର୍ଷ ହେବ ହାତୀ ଚିନ୍ତାରେ ଭୟ ଭିତ ହୋଇ ରହୁଛନ୍ତି ଅଞ୍ଚଳ ବାସି l ଚାଷୀ ଋଣ କରି ଚାଷ କରୁଥିବା ବେଳେ ହାତୀ ମାନେ ଆସି ଏକର ଏକର ଚାଷ ଜମିକୁ ନଷ୍ଟ କରୁଛନ୍ତି ଓ ଯାହା ଫଳରେ ଚାଷୀଙ୍କ ମୁଣ୍ଡରେ ଋଣ ର ଭାର ବଢିଯାଉଛି ଓ ଫସଲରୁ ବାହାରୁଥିବା ଲାଭରୁ ଘର ଚଳାଇବା ସହ ନିଜର କରଜ ମଧ୍ୟ ସୁଜିଥାନ୍ତି l ସେହିପରି ତାଳଚେର ବ୍ଲକ କଙ୍କିଳୀ ପଞ୍ଚାୟତ ରେ ଦେଖିବାକୁ ମିଳିଛି ୨୩ ଟି ହାତୀ ଆତଙ୍କ ଓ ବାତ୍ୟାର ପ୍ରଭାବ ଯାହା ଫଳରେ ଏକର ଏକର ଚାଷ ଜମି ନଷ୍ଟ ହେବା ସହ ପାଣି ରେ ଭାସୁଥିବାର ଦେଖିବାକୁ ମିଳୁଛି l ଆଉ କିଛିଦିନ ପରେ ସୁନାର ଫସଲ ଧାନ ଅମଳ ହୋଇଥାନ୍ତା କିନ୍ତୁ ଅମଳ ସମୟରେ ଏହି ବାତ୍ୟା ଚାଷୀଙ୍କ ପାଇଁ ସମସ୍ୟା ଉପୁଜିଛି ବୋଲି କହିଛନ୍ତି ଚାଷୀ l
Uttam Das reporter
